Site icon Awaj Media

ନିସ୍ତିପୁର ଶିଶୁମନ୍ଦିରର ଅମନ ହେଲେ ବୃତ୍ତି ପରୀକ୍ଷା ଟପ୍ପର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା (2) ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କର ନାମ ଘୋଷଣା କରାଯାଇଛି | ସଫଳତା ହାସଲ କରିଥିବା ସମଗ୍ର ଡମପଡା ବ୍ଲକର ଛଅଟି ପ୍ରାଥମିକ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ସାତଜଣ ବିଦ୍ୟାର୍ଥୀ ଏବଂ ସେମାନଙ୍କର ପ୍ରଧାନଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ କାମରାଜ ସାହୁ ଶୁଭେଚ୍ଛା. ଓ ଅଭିନନ୍ଦନ ଜଣାଇଛନ୍ତି | ନିସ୍ତିପୁର ସରସ୍ବତୀ ଶିଶୁମନ୍ଦିରର ଛାତ୍ର ଅମନ କୁମାର ସାମନ୍ତରାୟ ବ୍ଲକ ଟପ୍ପର ହୋଇଛନ୍ତି | ଦୁଇଟି ଶିକ୍ଷାବର୍ଷ 25/26 ଓ 27/28 ପାଇଁ ସରକାରଙ୍କ ତରଫରୁ 2400/- ଟଙ୍କା ଲେଖାଏଁ ବୃତ୍ତିଧାରୀ ପିଲାଙ୍କୁ ପ୍ରଦାନ କରାଯିବ | ତୁଳସୀପୁର ସରସ୍ବତୀ ଶିଶୁମନ୍ଦିରର ସ୍ୱୟଂ ପ୍ରକାଶ ସାହୁ ଏବଂ ନିର୍ମଳ ରାଉତ, ବାଙ୍କୀ ସରସ୍ବତୀ ଶିଶୁମନ୍ଦିରର ସ୍ୱୟଂ ପ୍ରକାଶ ନାଥ, ତାଳବସ୍ତସ୍ଥ ସାମନ୍ତରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଆୟୁଷ୍ମାନ ଷଡ଼ଙ୍ଗୀ, ତୋଟାସାହି ଓ ଗୋପାଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଭୁ ପ୍ରସାଦ ରାଉତ ଏବଂ ସ୍ନେହାଁଞ୍ଜଳୀ ସାହୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି | ପିଲାମାନଙ୍କ ଏହି ସଫଳତା ପାଇଁ ପଢୁଥିବା ନିଜ ନିଜ ସ୍କୁଲରେ ଉଭୟ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ଖୁସିର ବାତାବରଣ ଖେଳିଛି | ତାଳବସ୍ତ ଅଂଚଳର ଅଭିଭାବକ ମମତା ସାହୁ କୁହନ୍ତି ଯେ, ହାତ ଗଣତି ବେସରକାରୀ ସ୍କୁଲ ଗୁଡିକରେ ପିଲା ବୃତ୍ତି ପାଉଛନ୍ତି କିନ୍ତୁ ଶହ ଶହ ସରକାରୀ ସ୍କୁଲରେ ପିଲା ବୃତ୍ତି ପାଉ ନାହାନ୍ତି | ଡମପଡା ବ୍ଲକର କିଛି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭଲ ଦରମା ପାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କେବଳ ମୋବାଇଲ ଦେଖି ସାମାଜିକ ଗଣମାଧ୍ୟମରେ ସମୟ ସାରୁଛନ୍ତି | ପିଲାଙ୍କ ପଢା ଉପରେ ଧ୍ୟାନ ଦେଉ ନାହାନ୍ତି | ପ୍ରକୃତିବନ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଉଥିବା ବିଦ୍ୟାଳୟ ମାନଙ୍କରେ କେହି ବୃତ୍ତି ନ ପାଇବା ଆଶ୍ଚର୍ଯ୍ୟ ଚକିତ କରୁଛି |

Exit mobile version