Site icon Awaj Media

ଆସନ୍ତା କାଲି ଠାରୁ ଭାରତ ରଙ୍ଗ ମହୋତ୍ସବ !!!

Spread the love

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ପାରାଦୀପ ବନ୍ଦର, ଓ ବନ୍ଦର ନଗରୀର ଅଗ୍ରଣୀ ଅନୁଷ୍ଠାନ କାନମାସର ମିଳିତ ଆନୁକୁଲ୍ୟରେ ଫେବୃଆରୀ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଭାରତ ରଙ୍ଗ ମହୋତ୍ସବ ଜୟଦେବ ସଦନ ଠାରେ ଆୟୋଜିତ ହେବାକୁ ଯାଉଛି । ଏହି ମହୋତ୍ସବ ଭାରତର ୪୩ ଗୋଟି ସହରରେ ଆୟୋଜିତ ହେବ ଏବଂ ସେଥି ମଧ୍ୟରୁ ପାରାଦୀପ ଅନ୍ୟତମ ଯାହାକି ପାରାଦୀପ ବାସିଙ୍କ ପାଇଁ ଗୌରବର ବିଷୟ ବୋଲି ଆଜି ଅଫିସର୍ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାନମାସର ବରିଷ୍ଠ ସଦସ୍ୟ ତଥା ବନ୍ଦର ସି ଏମ ଇ ସୁଶିଲ ନାହକ, ସମ୍ପାଦକ ଶ୍ରୀମନ ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ରଙ୍ଗ ମହୋତ୍ସବର ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ଆସନ୍ତା ୨ ତାରିଖ ଦିନ ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ କଳାକାର କେ ଶ୍ରୀନିବାସ ରାଓ, ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ, ସିନେ କଳାକାର ସମରେଶ ରାଉତରାୟ, ସ୍ତମ୍ଭକାର ଗୌରହରି ଦାସ, ପାରାଦୀପ ରିଫାଇନରୀ ମୁଖ୍ୟ କୌସିକ ବସୁ ଆନୁଷ୍ଠାନିକ ଭାବେ ମହୋତ୍ସବଟିକୁ ଉଦଘାଟନ କରିବେ । ଏହି ମହୋତ୍ସବରେ ଭୁବନେଶ୍ୱର, କଲିକତା, ମୁମ୍ବାଇ ଓ ଶ୍ରୀଲଙ୍କାର ନାଟ୍ୟ ଅନୁଷ୍ଠାନ ମାନେ ଓଡ଼ିଆ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଓ ଶିଂହଲି ଭାଷାରେ ନାଟକ ପରିବେଷଣ କରିବେ । ପ୍ରଥମ ଥର ପାଇଁ ଶ୍ରୀଲଙ୍କାର ନାଟ୍ୟ ଅନୁଷ୍ଠାନର କଳାକାର ଆସନ୍ତା ୫ ତାରିଖ ଦିନ ସେମାନଙ୍କର ସିଂହଲି ଭାଷାର ନାଟକ ମଞ୍ଚସ୍ତ କରିବେ ଯାହାକି ପାରାଦୀପ ପରି ସହର ପାଇଁ ଗୌରବ ଆଣିଦେବ । ଆଜିର ସାମ୍ବାଦିକ ସମ୍ମିଳନୀରେ କାନ୍ମାସର ମିଡ଼ିଆ ସଂଯୋଜକ ନିରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ ଓ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ରଙ୍ଗ ମହୋତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଥିଲେ ।

Exit mobile version