Site icon Awaj Media

ବାଙ୍କୀ ତାଳବସ୍ତରେ ଶଙ୍ଖ ଚିହ୍ନରେ ଝୁଲିଲା ଗେଣ୍ଡୁ ମାଳ !!!

Spread the love

ଡମପଡା // ବାଙ୍କୀ ( ସୁବ୍ରତ କୁମାର ନାୟକ // ଅନନ୍ତ ରଣା ) – ଆୱାଜ ମିଡ଼ିଆ : ଅବସର ଥିଲା ସ୍ମୃତିଚାରଣ ସଭାର ! ତାଳବସ୍ତ ଅଂଚଳର ପୁରୁଖା ନେତା , ସମାଜସେବୀ ତଥା ବରିଷ୍ଠ ନାଗରିକ ଜଗନ୍ନାଥ ମୁଦୁଲିଙ୍କ ବିୟୋଗରେ ଆୟୋଜିତ ହୋଇଥିଲା ଏହି ସଭା ! ବହୁ ନିର୍ବାଚିତ ପ୍ରତିନିଧି , ପୂର୍ବତନ ସରପଂଚ , ପୂର୍ବତନ ବ୍ଲକ ଅଧକ୍ଷ ଏବଂ ଖୋଦ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ ! ଆଗାମୀ ଦିନରେ ସ୍ବର୍ଗତ ମୁଦୁଲି ଙ୍କ ନାମରେ ସାମାଜିକ ଅନୁଷ୍ଠାନ ଗଠନ ସହିତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ମଧ୍ୟ ହୋଇଥିଲା ! ମୋଟାମୋଟି କାର୍ଯ୍ୟକ୍ରମ ଥିଲା ଗ୍ରହଣୀୟ ଏବଂ ଭାବପୂର୍ଣ୍ଣ ! ତେବେ କାର୍ଯ୍ୟକ୍ରମ ସ୍ଥଳରେ ଲାଗିଥିବା ବ୍ୟାନର ଡିଜାଇନ କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ! ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ଏବଂ ସ୍ବର୍ଗତ ମୁଦୁଲିଙ୍କ ଫଟୋ ଏପରି ଲାଗିଛି ଯେମିତି ଉଭୟଙ୍କ ପାଇଁ ଶୋକସଭା ହେଉଛି ! ଅବଶ୍ୟ କେତେକ ଘଟଣା କୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ବୟାନ ଏବଂ ପରବର୍ତ୍ତୀ ସମୟରେ ପ୍ରଭାତ ତ୍ରିପାଠୀ ଙ୍କ ପ୍ରତିକ୍ରିୟାକୁ ଦେଖିଲେ ବିଜେଡି ଏବଂ ପ୍ରଭାତ ବାବୁ ଗତ କିଛି ମାସ ହେଲା ସମାନ୍ତରାଳ ହୋଇ ଯାଇଛନ୍ତି ! ବାଙ୍କୀ ମହୋତ୍ସବରେ ନିମନ୍ତ୍ରିତ ଅତିଥି ଏବଂ ଗେରୁଆ ଦଳ ନେତାଙ୍କ ସହିତ ବସଉଠା ଆଧାର ରେ ପ୍ରଭାତ ତ୍ରିପାଠୀ ଯେ ବିଜେଡି ପ୍ରତି ଖପ୍ପା ତାହା ସ୍ପଷ୍ଟ ହୋଇଯାଇଛି ! ଏବଂ କାର୍ଯ୍ୟକ୍ରମରେ ଲାଗିଥିବା ଏହି ବ୍ୟାନର କୁ ଆପଣ ମାନେ ମଧ୍ୟ ଭଲ କରି ଦେଖନ୍ତୁ , ଗେଣ୍ଡୁ ମାଳ ଏମିତି ଝୁଲୁଛି ଯେମିତି ବାଙ୍କୀ ତାଳବସ୍ତ ରେ ଶଙ୍ଖ ଚିହ୍ନ ର ଶୋକସଭା ହେଉଛି ! ରାଜ୍ୟ ରାଜନୀତିର ପାଣିପାଗ ଯାହା କେତେବେଳେ କଣ ଘଟିବ , ତାହା କହିବା ମୁସ୍କିଲ ! ତେବେ ରାଜନୀତି ସମୀକ୍ଷକ ଯାହା କୁହନ୍ତି – ବାଙ୍କୀ ରେ କିଛି ତ ଘଟିବ !

Exit mobile version