Site icon Awaj Media

ରନ୍ଧନ ଗ୍ୟାସ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଙ୍କୀର ସାଧାରଣ ଖାଉଟି : ବଢି ଚାଲିଛି କଳାବଜାରୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରନ୍ଧନ ଗ୍ୟାସ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଙ୍କୀର ସାଧାରଣ ଖାଉଟି । ତେଣେ ଡିଲର ବାହାଘର ସିଜିନ୍ ଚାଲିଥିବାରୁ ଚୋରା ବ୍ୟବସାୟ ରେ ମାତିଛନ୍ତି । ଏପଟେ ଲୋକଙ୍କୁ ଭୁଆଁ ବୁଲେଇ ଗାଡି ଆସିନାହଁ ଏବଂ କାଲି ଦେବା, ଆର ଗାଡି ଆସୁ ଏମିତି କହି ଭୁତେଇ ଚାଲିଛନ୍ତି । କଳାବଜାରୀ ରୋକିବାରେ ବାଙ୍କୀ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଫଳ ଶୁନ୍ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଖାଉଟି ଙ୍କର ଦାବି ଜୋର ଧରିଛି ।

Exit mobile version