ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜାତମୁଣ୍ଡିଆ ଠାରୁ ଡମପଡା ଦେଇ ସାମନ୍ତରାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ପନ୍ଦର କିଲୋମିଟର ରାସ୍ତାର ସୁଦୃଢ଼ୀ କରଣ ଏବଂ ପ୍ରଶସ୍ତିକରଣ ପାଇଁ କଟକ ଆର ଆଣ୍ଡ ଆର ଡିଭିଜନ ସୌଜନ୍ୟରେ 33 କୋଟି ଟଙ୍କାର ବ୍ୟୟରେ ରାସ୍ତା କାମ ହୋଇଥିଲା | ଦୁଇବର୍ଷ ତଳେ 2024 ଫେବୃଆରୀ 22 ତାରିଖରେ ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହାକୁ ଶୁଭ ଦେଇଥିଲେ | ଠିକା ସଂସ୍ଥା ଏହାକୁ ବର୍ଷକରେ ସାରିବାର ଥିଲା… କିନ୍ତୁ ବିଳମ୍ବ ପାଇଁ ଅରପୁର ଗ୍ରାମର ସାମାଜିକ କର୍ମି ସୁଧାଂଶୁ ଶେଖର ନାୟକ କାର୍ଯ୍ୟ ଉପରେ RTI ମାଗିଥିଲେ | ସେଥିପାଇଁ ଢିଲା ଥିବା କାର୍ଯ୍ୟ ପୁଣିଥରେ ତରବରରେ ଚାଲିଛି | ରାସ୍ତାରେ ଥିବା ବିଦ୍ୟୁତଖୁଣ୍ଟ ସ୍ଥାନାନ୍ତରଣ କରାଯାଉନାହିଁ , କି ଜଳ ପ୍ରବାହିତ ପୋଲ ଗୁଡିକ ପରିବର୍ତ୍ତନ ନ ହୋଇ କେବଳ ପିଚୁ ବୋଳା ରଙ୍ଗ କାମ ଚାଲିଛି | ଗାଁ ମାନଙ୍କରେ ଥିବା କୁଜିନେତା ଏବଂ ପଥଭ୍ରଷ୍ଟ ଯୁବସମାଜକୁ ଠିକା ସଂସ୍ଥାର କର୍ମଚାରୀ ମାନେ ହାତବାରିସୀ କରି ନିମ୍ନମାନର କାମସବୁ କରୁଛନ୍ତି |ଗୋଟାଏ ଦିନର କାମ ପରେ ରାସ୍ତାରୁ ଆପେ ଆପେ ପିଚୁ ସବୁ ଛାଡିଯାଉଛି | ଠିକା ସଂସ୍ଥା ଠାରୁ ପିସି ଖାଉଥିବାରୁ ଗ୍ରାମ୍ୟ ପ୍ରତିନିଧି ମାନଙ୍କର ବହୁତ ଅନୁକମ୍ପା ରହୁଛି ବୋଲି ତାଳବସ୍ତର ସାମାଜିକ କର୍ମି ପ୍ରଦ୍ୟୁମ୍ନ କୁମାର ପାଲ କୁହନ୍ତି | ନିମ୍ନମାନର କାମ ପାଇଁ 38 ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା | ସେ ଏହାର ସମାଧାନ ସହିତ ଭଲ କାମ ହେବା ପାଇଁ ଉଚ୍ଚ ଅଧିକାରୀଙ୍କ ସହିତ କଥା ହେବେ ବୋଲି କହିଛନ୍ତି |
ଆଜି କାମ କାଲିକି ନାହିଁ : 15 କିଲୋମିଟର ରାସ୍ତାକୁ 33 କୋଟି ଖର୍ଚ୍ଚ !!!

