Site icon Awaj Media

ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କଥାମୃତ ଓ ବିଶ୍ୱ କଲ୍ୟାଣ ଯଜ୍ଞ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କଥାମୃତ ଓ ବିଶ୍ୱ କଲ୍ୟାଣ ଯଜ୍ଞ ଉଦଯାପିତ ହୋଇଯାଇଛି ।ଏହି ବିଶ୍ୱ କଲ୍ୟାଣ ଯଜ୍ଞ ଗତ 28 ଜାନୁଆରୀ ଠାରୁ ଦୁଇ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲ । ପ୍ରତିଦିନ ସକାଳ ଛଅ ଟାରୁ ବେଦ ପାଠ, ସକାଳ ଦଶ ଘଣ୍ଟା ଠାରୁ ଚାରିଟା ପର୍ଯ୍ୟନ୍ତ ଘୃତ ଯଜ୍ଞ, ମଧ୍ୟାହ୍ନରେ ପ୍ରସାଦ ବଣ୍ଟନ ଓ ସନ୍ଧ୍ୟା ସମୟରେ ଶ୍ରୀ ଶ୍ୟାମାନନ୍ଦ ଦାସ ଜୀ ମହାରାଜ ଓ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ରଙ୍କ ଦ୍ବାରା ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ ରହିଥିଲା । ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ପୂର୍ଣ୍ଣ।ହୁତି ଓ ନଗର ପରିକ୍ରମା, ନାମ ସଂକୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତୀକ୍ଷିତ ପଣ୍ଡିତ ଓ ପ୍ରବଚକ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଜଗନ୍ନାଥ କଥାମୃତ ଶୁଣାଇଥିଲେ । ପାରଳାଖେମୁଣ୍ଡି ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Exit mobile version