Site icon Awaj Media

ରାଜ୍ୟ ସରକାରଙ୍କ ଶିଳ୍ପ ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ଶିଳ୍ପ ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ ! ଶିଳ୍ପ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଓ ଜଙ୍ଗଲପାଡୁ ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ଚାଷୀ ମାନଙ୍କ ସହିତ ଧାନ କ୍ରୟ ବିଷୟରେ ପଚାରି ବୁଝିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଧାନ କ୍ରୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ , ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଶିଳ୍ପ ,ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ସମେତ ଚଳିତ ୨୦୨୫-୨୬ ଖରିଫ ବର୍ଷ ଧାନ କ୍ରୟ କରିବା ପାଇଁ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଶିଳ୍ପ ସମୃଦ୍ଧି କରିବା ପାଇଁ ସରକାର ୭ ଗୋଟି ଶିଳ୍ପ କୁ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର କରିଛନ୍ତି। ଏହି ସମସ୍ତ ଶିଳ୍ପ ସମୟ ସୀମା ମଧ୍ୟରେ ସାରିବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।

Exit mobile version