Site icon Awaj Media

ପି.ଏମ୍‌. ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଓ.ସି.ଏ.ସି ସହାୟତାରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ଶତାୟୁ ଉଚ୍ଚବିଦ୍ୟାଳୟ ପି.ଏମ୍‌.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଛାତ୍ରମାନଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ସହାୟତାରେ ଏବଂ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଭୁବନେଶ୍ୱର ସହଯୋଗରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଡମପଡ଼ା ବ୍ଲକ ଶିକ୍ଷା ଅଧିକାରୀ କାମରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ ଯୋଗଦାନ କରି ପ୍ରଶିକ୍ଷଣ ଶିବିରର ସଫଳତା କାମନା କରିଥିଲେ । ସାରା ଓଡ଼ିଶାର ବିଭିନ୍ନ ଉଚ୍ଚବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ ଇନ୍‌ଫରମେସନ୍ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ବିଶେଷ କରି ୩ ଗୋଟି ମାର୍ଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଥମଟି ହେଲା ଆଇ.ଓ.ଟି ଯଥା ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ବିଭିନ୍ନ ଉପକରଣ, ଯନ୍ତ୍ର ଓ ବସ୍ତୁଗୁଡିକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବା, ଦ୍ୱିତୀୟଟି ହେଲା କୃତିମ ବୁଦ୍ଧିମତା ଓ ତୃତୀୟଟି ହେଲା ସାଇବର ସୁରକ୍ଷା ସଚେତନତା ଉପରେ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥି ସହିତ ରୋବର୍ଟ ମେସିନ୍ ଦ୍ୱାରା କିପରି ମଣିଷଙ୍କ ଭାବିପାରିବା, ଚାଲିପାରିବା ଓ କାମ କରିବାର ବିଭିନ୍ନ ଦିଗ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ଜିଲ୍ଲା ସଂଯୋଜକ ସୂର୍ଯ୍ୟନାରାୟଣ ରାଉତଙ୍କ ତତ୍ୱାବଧାନରେ ଓ ବାଙ୍କୀ କେନ୍ଦ୍ରର ସଂଯୋଜକ ଅନନ୍ତ ରଣାଙ୍କ ସହାୟତାରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଶିକ୍ଷକ ଭାବରେ ଜୟଶ୍ ଖିଲାର, ଧ୍ରୁତି ରଞ୍ଜନ ମହାନ୍ତି ଓ ସାଇ ଆଚାର୍ଯ୍ୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଦେବୀଦତ୍ତ ବିଭୂତି ରାୟ, ପ୍ରଶାନ୍ତ କୁମାର ଜେନା, ଆଲୋକ ରଞ୍ଜନ ସାହୁ ଓ ରତିକାନ୍ତ ନାୟକ ପ୍ରମୁଖ ସହଯୋଗ ଓ ସହାୟତା କରିଥିଲେ ।

Exit mobile version