Site icon Awaj Media

ବ୍ୟବସାୟୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁ ନାହାଁନ୍ତି ତ ବିଧାୟକ ???

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବିଜେଡି ପ୍ରକଳ୍ପର ବିକଳ ରୂପ ସେ ବି ବିଜେଡି ଗଡରେ .. କେଉଁ ହିସାବରେ ପିଣ୍ଡି ବାଣ୍ଟି ଥିଲେ ବିଧାୟକ ? ବିଧାୟକ ବାଣ୍ଟିଲେ ହେଲେ ସିଏମସି କମିଶନର ମନା କରିଦେଲେ .. ତେବେ ବ୍ୟବସାୟୀଙ୍କ ଭାବନା ସହ ଖେଳ ଖେଳୁଥିଲେ କି ବିଧାୟକ ? ବର୍ତ୍ତମାନ ଗଣମାଧ୍ୟମକୁ ଧରା ଛୁଆଁ ଦେଉ ନାହାଁନ୍ତି କାହିଁକି ବିଧାୟକ ସୌଭିକ ବିଶ୍ୱାଳ ! ଆମେ କହୁଛୁ ବିଜେଡି ସରକାର ସମୟରେ ବ୍ୟବସାୟୀଙ୍କ ଥଇଥାନ ପାଇଁ ହୋଇଥିବା ଅର୍ବାନ ହାଟ କଥା । ଯାହାକୁ ନେଇ ପୁଣି ବିବାଦରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ। ବିଗତ ଦିନରେ ବ୍ୟବସାୟୀଙ୍କୁ ପିଣ୍ଡି ବାଣ୍ଟିଲେ .. ପିଣ୍ଡି ବାଣ୍ଟିବା ସମୟରେ ବଡ଼ବଡ଼ କଥା ବି କହିଲେ .. ହେଲେ ପରବର୍ତ୍ତୀ ସମୟରେ ସ୍ଥିତି ଯଥା ପୂର୍ବଙ୍ଗ ତଥା ପରଂ .. ଏବେ ପ୍ରଶ୍ନ ହେଉଛି ବିଧାୟକଙ୍କ ବଣ୍ଟନ ପରେ ପିଣ୍ଡି ଆବଣ୍ଟନରେ ବ୍ୟାପକ ଅନିୟମିତତା ଓ ୟୁଜର୍ସ ଫିକୁ ନେଇ ବିରାଟ ଦୁର୍ନୀତି ହେଲା କିପରି ? ଏ ବିଷୟରେ ବିଧାୟକ ସୌଭିକ ଜାଣି ନାହଁନ୍ତି ନା ସବୁ ଜାଣି ନିରବ ଅଛନ୍ତି। ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିବା ପାଇଁ ତାଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସେ ଧରାଛୁଆଁ ଦେଉ ନାହାଁନ୍ତି .. ଦିନେ କି ଦୁଇଦିନ ନୁହେଁ ତିନି ଦିନ ହେବ ବିଧାୟକଙ୍କ ଦେଖା ମିଳୁନି . ବ୍ୟବସାୟୀଙ୍କ ଥଇଥାନ ପାଇଁ ଗତ ବିଜେଡି ସରକାରଙ୍କ ପରିକଳ୍ପନାର ଅର୍ବାନ ହାଟ ଆଜି ମାଫିଆ ଓ ଦଲାଲଙ୍କ କବଜାରେ .. ଏଭଳି ସ୍ଥିତିରେ ଏଥିପାଇଁ ବିଜେପି ନେତା ସୁଶାନ୍ତ ପାତ୍ର ସ୍ୱର ଉଠାଇଥିବା ବେଳେ ଏ ପ୍ରସଙ୍ଗ ନେଇ ସ୍ଥାନୀୟ ବିଜେଡି ବିଧାୟକ ବର୍ତ୍ତମାନ କ୍ୟାମେରା ଲେନ୍ସରୁ ନିଖୋଜ ରହୁଛନ୍ତି। ଏବେ ପ୍ରଶ୍ନ ହେଉଛି ଚୌଦ୍ୱାର ଅଞ୍ଚଳରେ ରାସ୍ତା ଉପରେ ବ୍ୟବସାୟ କରୁଥିବା ପ୍ରାୟ 15 ଶହ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁ ନାହାଁନ୍ତି ତ ବିଜେଡ଼ି ବିଧାୟକ ସୌଭିକ ବିଶ୍ୱାଳ !

Exit mobile version