Site icon Awaj Media

ଖବର ପ୍ରସାରଣ ପରେ ଚାଷୀଙ୍କୁ ମିଳିଲା କମ୍ପ୍ୟୁଟର ରସିଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର RMC ପରିସର ରେ ଥିବ ୱେଟ ବ୍ରିଜ ରେ ଚାଷୀଙ୍କୁ ହାତ ଲେଖାରେ ଗୋଟିଏ ରସିଦ ମିଳୁଥିଲା ! ଚାଷୀ ଗଣମାଧ୍ୟମ କୁ ଅଭିଯୋଗ ପରେ ଖବର ପ୍ରସାରଣ କରାଯାଇଥିଲା ! ଚାଷୀ ଗୋଟିଏ ରସିଦ ହାତ ଲେଖା ହଜିଗଲେ କେମିତି କରିବୁ ବୋଲି ନିଜର ମତ ପ୍ରକାଶ କରିଥିଲେ । ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଆଜି ଚାଷୀ ଙ୍କୁ କମ୍ପ୍ୟୁଟର ବିଲ ଦିଆଯାଉଛି ବୋଲି କର୍ମଚାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ! ଚାଷୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣିଆଛନ୍ତି ଓ ଗଣମାଧ୍ୟମ ସଦାବେଳେ ଚାଷୀ ର ସମସ୍ୟା କୁ ଲୋକଲୋଚନକୁ ଆଣିବା ସହ ସମସ୍ୟା ସମାଧାନ ହୋଇ ଚାଷୀ ଉପକୃତ ହୋଇଥିବାରୁ ଗଣମାଧ୍ୟମ କୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version