Site icon Awaj Media

ବରିଷ୍ଠ ବିଜେପି କର୍ମୀଙ୍କୁ ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ୱ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ସଭାପତିଙ୍କ ସୁପାରିଶ ଓ ଜିଲ୍ଲା ପ୍ରଭାରୀଙ୍କ ଅନୁମୋଦନ କ୍ରମେ କଟକ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଭାବେ କଟକ ସଦର ଅନ୍ତର୍ଗତ କନ୍ଦରପୁର ବିଜେପି ମଣ୍ଡଳର ପୂର୍ବତନ ସଭାପତି ନିର୍ମଳ ଦାସ ଓ ସହ ପ୍ରଭାରୀ ଭାବେ ୪୨ ମୌଜା ବିଜେପି ମଣ୍ଡଳର ପୂର୍ବତନ ସଭାପତି ପିୟୁଷ ରଞ୍ଜନ ପରିଡାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏଥିପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ୱାଳ ଓ କଟକ ସଦର ବିଧାୟକ ଇ°.ପ୍ରକାଶ ଚନ୍ଦ୍ର ସେଠିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ପ୍ରଭାରୀ ନିର୍ମଳ ଦାସ ଓ ସହ ପ୍ରଭାରୀ ପିୟୁଷ ରଞ୍ଜନ ପରିଡା ।

Exit mobile version