Site icon Awaj Media

ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଯାପିତ : ଏସଡିଏଏ କପ କୁ ବାଜି ମାରିନେଲା ଫୁଲବାଣୀର ଜେଡି କ୍ଲବ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ଚଳିତ ମାସ ୪ ତାରିଖ ରେ ଆରମ୍ଭ ହୋଇ ୧୧ ତାରିଖ ରେ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ରେ ଏଫ.ସି.ସମ୍ବଲପୁର ସହ ଜେ.ଡି. କ୍ଲବ ଫୁଲବାଣୀ ମଧ୍ୟରେ କଡା ମୁକାବିଲା ର ସହ ଖେଳ ଆୟୋଜନ ହୋଇ ୧-୦ ଗୋଲ ରେ ଫୁଲବାଣୀ ଦଳ ବିଜୟୀ ହୋଇ ଉପଖଣ୍ଡ କ୍ରୀଡା ସଂଘ କପ ହାସଲ କରିପାରିଛି l ଏଥିରେ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, କ. ନୂଆଗାଁ ବ୍ଲକ ର ବିଜେପି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ଜେଡି କ୍ଲବ ର ପ୍ରତିଷ୍ଠାତା ଜଳନ୍ଧର ବେହେରା, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳକୁ ଉଦଘାଟନ କରିଥିଲେ l ଏଥିରେ ଶ୍ରେଷ୍ଠ ସ୍କୋରର ଭାବେ ଜେଡି କ୍ଲବ ର ଜିତୁ ମୁଦୁଲି, ଶ୍ରେଷ୍ଠ ଗୋଲ କିପର ଭାବେ ରବି, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳି ଭାବେ ଅଭି ମୁଦୁଲି ,ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରଞ୍ଜନ କୁମାର ମହାନ୍ତି ସ୍ମାରକୀ ଟ୍ରଫି କାର୍ତ୍ତିକ ହେନ୍ତାଳ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତା ଫୁଲବାଣୀ ଦଳକୁ ୩୧ହଜାର ୧ ଟଙ୍କା, ଏବଂ ଉପ ବିଜେତା ସମ୍ବଲପୁର ଦଳ କୁ ୨୫ହଜାର ୧ ଟଙ୍କା ସହ ଟ୍ରଫି ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ l ଫାଇନାଲ ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ, କାମାକ୍ଷା ପ୍ରସାଦ ପ୍ରଧାନ, ସୁନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଜିତ କୁମାର ପାଳ, ଏ. ଶ୍ରୀନିବାସ ଦୋରା ତଥା କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Exit mobile version