ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମଗ୍ର ଓଡ଼ିଶାରେ ଆୟୋଜିତ ସାଧାରଣ ଧର୍ମଘଟ ଐତିହାସିକ ଭାବେ ସଫଳ ହୋଇଛି । ରାଜ୍ୟର ଶ୍ରମିକ, କୃଷକ, କ୍ଷେତମଜଦୁର, ଯୁବକ-ଯୁବତୀ, ମହିଳା ଓ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଭାଗିଦାରୀ ଯୋଗୁଁ ହରତାଳ କୁ ବିଶାଳ ସଫଳତା ଦେଇଛି। ସମସ୍ତ ଗଣ ମାଧ୍ୟମ ଧର୍ମଘଟ କୁ ସମର୍ଥନ ଜଣାଇ ପ୍ରଚାର ଓ ପ୍ରସାର କରିଥିବାରୁ ସି ପି ଆଇ (ଏମ୍) ଅଭିନନ୍ଦନ ଜ୍ଞାପନ କରୁଛି।
ଖଣି, ବନ୍ଦର, ଇସ୍ପାତ କାରଖାନା, ନାଲକୋ, ଡାକ ବିଭାଗ, ଦୂରସଞ୍ଚାର, ପରିବହନ, ବ୍ୟାଙ୍କ, ବୀମା, ସ୍କିମଶ୍ରମିକ, ଠିକା, ଅସ୍ଥାୟୀ ଶ୍ରମିକ ମାନେ ଓ ଅନ୍ୟାନ୍ୟ ସରକାରୀ-ବେସରକାରୀ କ୍ଷେତ୍ର ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ସହର, ଶିଳ୍ପାଞ୍ଚଳ,ଓ ଗ୍ରାମାଞ୍ଚଳରେ ମଧ୍ୟ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଖିବାକୁ ମିଳିଛି । ଲୋକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ୍, କୃଷକ ବିରୋଧୀ ନୀତି, ବେକାରୀ,ଅତ୍ୟାଧିକ ମୂଲ୍ୟବୃଦ୍ଧି ଓ ସରକାରୀ ସଂସ୍ଥାଗୁଡ଼ିକର ଘରୋଇ କରଣ ବିରୋଧରେ ଏକତ୍ର ଭାବେ ଆବାଜ ଉଠାଇଛନ୍ତି । ସି.ପି.ଆଇ.(ଏମ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆମେ ସମଗ୍ର ଶ୍ରମିକ ଶ୍ରେଣୀ, କୃଷିଜୀବୀ, କ୍ଷେତମଜଦୁର, ସକଳ ସ୍ତରର ଶ୍ରମିକ ଓ ସାଧାରଣ ଲୋକମାନଙ୍କୁ ଏହି ଐତିହାସିକ ଏକତା ଓ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ । ଏହି ସଂଗ୍ରାମ ଲୋକମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ହେବା ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ- କୃଷକ ଶ୍ରେଣୀ ର ଦାବିଗୁଡ଼ିକ ତୁରନ୍ତ ପୂରଣ କରିବାକୁ ସି. ପି.ଆଇ. (ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି।
ଓଡିଶାରେ ସାଧାରଣ ଧର୍ମଘଟ ଅଭୂତପୂର୍ବ ଭାବେ ସଫଳ !!!

