Site icon Awaj Media

ସ୍ବର୍ଗତ ଶିକ୍ଷକ ମାନଙ୍କ ପ୍ରତିମୂର୍ତ୍ତି କରିବ 1999 ମାଟ୍ରିକ ବ୍ୟାଚ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜକୁ ଛବିଶି ବର୍ଷ ହେବ ପ୍ରତିବର୍ଷ ଯିଏ ଯୋଉଠି ନିଜ କର୍ମକ୍ଷେତ୍ରରେ ଥିଲେବି, ବର୍ଷରେ ଗୋଟିଏ ଦିନ ଏକାଠି ହୁଅନ୍ତି | ନିଜ ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏକାଠି ଗୋଟେ ମଞ୍ଚରେ ଏକତ୍ର କରି ବିତି ଯାଇଥିବା ସ୍ମୃତି ଅନୁଭୂତିକୁ ସାଉଁଟିବାର ଅବସର ଦେଇଥିଲେ ତାଳବସ୍ତ 1999 ମସିହା ମାଟ୍ରିକ ବ୍ୟାଚର ସଦସ୍ୟ ଗଣ | ପର୍ଯ୍ୟଟନ ସ୍ଥଳୀ ମା ଫୁଲମାରୁଆ ଠାକୁରାଣୀ ଡ୍ୟାମ ରେ ଆୟୋଜିତ ବନ୍ଧୁମିଳନ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା | ଆଗାମୀ ଦିନରେ ସମୟାନୁକ୍ରମେ ତାଳବସ୍ତ ଅଞ୍ଚଳର ଦିବଙ୍ଗତ ଶିକ୍ଷକ ଗୋକୁଳି ପ୍ରଧାନ, ବିଶ୍ଵନାଥ ଦାସ, ଚକ୍ରଧର ପ୍ରଧାନ, ରାମ ସାହୁ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ 1999 ମାଟ୍ରିକ ବ୍ୟାଚ ପ୍ରସ୍ତାବ ଦେବା ସହିତ ଏହାକୁ କିପରି ଶୀଘ୍ର କାର୍ଯ୍ୟକରି ସମାପ୍ତ କରିହେବ ତାହା ଉପରେ ଆଲୋଚନା ହୋଇଥିଲା | ପ୍ରଶାନ୍ତ ମହାରଣା, ଶ୍ରଦ୍ଧାଞ୍ଜଳି ନାୟକ, ରମେଶ ଚନ୍ଦ୍ର ବସ୍ତି, ପାର୍ଥ ସାରଥି ପରିଡ଼ା, ଶିବ ପ୍ରସାଦ ମହାରଣା, ପୂଜା ସ୍ୱାଇଁ, ବିକାଶ କୁମାର ସ୍ୱାଇଁଙ୍କ ସହଯୋଗରେ ଗୁରୁପୂଜନ ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିଲା |

Exit mobile version