Site icon Awaj Media

ମହାଶିବରାତ୍ରୀ ରେ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜଳସେବା ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ପବିତ୍ର ମହାଶିବରାତ୍ରୀ ରେ କପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବର୍ଷା ଫାଉଣ୍ଡେସନ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଛି ଜଳସେବା ଶିବିର ! ଜାଗର ଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ , ଦହି ପଣା ବ୍ୟବସ୍ଥା କରାଯାଇଥିଲା ! ଅନୁଷ୍ଠାନର ପରିଚାଳନା ମୁଖ୍ୟ ବର୍ଷା ଦାସ ଙ୍କ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ବରିଷ୍ଠ ରୋଟାରୀଆନ ଆଡ଼ଭୋକେଟ ପ୍ରସନ୍ନ କୁମାର ପଣ୍ଡା ଅତିଥି ରୂପେ ଯୋଗଦେଇ ଜଳ ସେବା ଶିବିରର ଶୁଭାରମ୍ଭ କରିଥିଲେ ! ସମ୍ମାନୀତ ଅତିଥି ଭାବରେ ଭୁବନେଶ୍ୱର 60 ନମ୍ବର ୱାର୍ଡ ର କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲୀଆ , 43 ନମ୍ବର ୱାର୍ଡ କର୍ପୋରେଟର ଭରତ କୁମାର ଲେଙ୍କା ଯୋଗଦେଇ ଅନୁଷ୍ଠାନର ଏପରି ପ୍ରୟାସ କୁ ପ୍ରଶଂସା କରିଥିଲେ ! ସମାଜସେବୀ ଦେବାଶିଷ ସାହୁ , ଅନୁପମା ବେହେରା , ନାରାୟଣ ଖୁଣ୍ଟିଆ , ସରୋଜିନୀ କାହାଳୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ ! ବର୍ଷା ଫାଉଣ୍ଡେସନ ଚ୍ୟାରିଟେବଲ ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ଦିନ ତମାମ ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ ଏବଂ ଦହି ପଣା ବଣ୍ଟନ କରିଥିଲେ !

Exit mobile version