Site icon Awaj Media

ତେର ବର୍ଷରେ ପଦାର୍ପଣ କଲା ତାଳବସ୍ତ ସରସ୍ବତୀ ଶିଶୁମନ୍ଦିର : ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ସ୍ଥିତ ବେସରକାରୀ ଶିକ୍ଷା ଅନୁଷ୍ଠାନ ସରସ୍ବତୀ ଶିଶୁ ମନ୍ଦିରରେ ତେରତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ବାଙ୍କୀ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗ ଦେଇ ପିଲାମାନଙ୍କୁ ଡିଜିଟାଲ ସହିତ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ , ସମ୍ମାନିତ ଅତିଥି ଭାବେ ତାଳବସ୍ତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ, ବିଦ୍ୟାଳୟ ସଭାପତି ପ୍ରତିମା ସାହୁ, ଶ୍ରୀରାମ କମିଟି ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ଯୋଗ ଦେଇ ପିଲାମାନଙ୍କୁ ସୁନାଗରିକ ହେବାର ନିର୍ଦ୍ଧିଷ୍ଟ ଲକ୍ଷ ରଖି ଉଭୟ ପାଠ ଓ ସାଠ ରେ ଏକ ନମ୍ବର ହେବାକୁ ଉପଦେଶ ଦେଇଥିଲେ | ଆୟୋଜିତ ସାଧାରଣ ସଭାରେ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଦୀପ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ | ପ୍ରଧାନ ଆଚାର୍ଯ୍ୟ ମିନତୀ ଦାସ ବାର୍ଷିକ ବିବାରିଣୀ ପାଠ କରିଥିଲେ | କୃତି ଛାତ୍ର ଛାତ୍ରୀମାନେ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟର ସମସ୍ତ ଅଭିଭାବକ ଏବଂ ଗୁରୁମା ଗୁରୁଜୀମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ |

Exit mobile version