ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ପବିତ୍ର ମହାଶିବରାତ୍ରିରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଭୋରରୁ ଠାକୁରଙ୍କ ଅଭିଷେକ କରାଯାଇଛି। ଭୋରରୁ ଭକ୍ତମାନେ ନଡ଼ିଆ, କଦଳୀ, ଫୁଲ ବେଲପତ୍ର,ଦୀପ ଧୂପ କ୍ଷୀର ଦହି ପଇଡ଼ ମହୁ ଚନ୍ଦନ ପ୍ରଭୃତି ସାମଗ୍ରୀରେ ଠାକୁରଙ୍କ ଅଭିଷେକ କରାଇଥିଲେ। ଭକ୍ତମାନେ ଭୋରୁ ଆସି ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ମନସ୍କାମନା ଜଣାଇଛନ୍ତି।ରାତିରେ ଠାକୁରଙ୍କ ମହାଦୀପ ଉଠିବ।ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।ଆଲୋକ ସଜ୍ଜାରେ ମନ୍ଦିର ଗୁଡିକ ଝଲସି ଉଠୁଛି। ମନ୍ଦିରର ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୃତୟନ କରାଯାଇଛି।ସହରର ରାମ ଲିଙ୍ଗେଶ୍ୱର ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଚନ୍ଦ୍ର ଶେଖର ମହାଦେବ ମନ୍ଦିର, ଧବଳେଶ୍ବର ମନ୍ଦିର,ଗୋପେଶ୍ୱର, ଏହିପରି ବିଭିନ୍ନ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଉପବାସ ରହି ଜାଗର ରହିବାର ଦେଖିବାକୁ ମିଳିଛି। ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

