Site icon Awaj Media

ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ପ୍ରସିଦ୍ଧ ଶକ୍ତି ପୀଠ ମା ଚର୍ଚ୍ଚିକା କ୍ଷେତ୍ର ! ମହାନଦୀର ଶାଖା ନଦୀ ରେଣୁକା କୁଳରେ , ରୁଚିକ ଗିରି ଉପରେ ବିଦ୍ୟମାନ ମା ଙ୍କ ମନ୍ଦିର ! ବର୍ଷର ବିଭିନ୍ନ ସମୟରେ ନୀତିକାନ୍ତିର ସହ ପାଳିତ ହୋଇଥାଏ ଅନେକ ପର୍ବ ପର୍ବାଣୀ , ସେ ମଧ୍ୟରୁ ମା ଙ୍କ ଚନ୍ଦନ ଯାତ୍ରା ଅନ୍ୟତମ ! ରେଣୁକା ଜଳରେ ମା ଙ୍କ ଭଉଁରୀ ଖେଳ ଏବଂ ଚନ୍ଦନ ଯାତ୍ରା ଦେଖିବାକୁ ଅନେକ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ! ଚଳିତ ମାସ ଆଠ ତାରିଖରୁ ଦଶ ତାରିଖ ଯାଏଁ ମହାନଦୀର ରେଣୁକା ଘାଟରେ ମା ଙ୍କର ଭଉଁରୀ ଖେଳ ଏବଂ ଚନ୍ଦନ ଯାତ୍ରା ଆୟୋଜନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ! ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମାପନ ପାଇଁ ବ୍ୟବସ୍ଥା ହେଉଥିବାର ମନ୍ଦିର ପ୍ରଶାସନ ଏବଂ ସେବାୟତ ଙ୍କ ଠାରୁ ସୂଚନା ମିଳିଛି !

Exit mobile version