Site icon Awaj Media

ଶ୍ରମ ଦିବସରେ ଶ୍ରମିକ ପୂଜନ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା : ଆମ କର୍ମ ଆମ ପରିଚୟ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରମିକ ଦିବସରେ ଶ୍ରମିକ ମାନଙ୍କ ପାଇଁ କିଛି କାର୍ଯ୍ୟକ୍ରମ ମାନ ହୋଇଥାଏ କିନ୍ତୁ ଯିଏ ପ୍ରକୁତ ଶ୍ରମିକ ତାଙ୍କୁ ଅଣଦେଖାର ନଜିର ରହିଛି l ସେ ପ୍ରକୁତ ଶ୍ରମିକ କେଉଁମାନେ ଅଟନ୍ତି, ସେମାନେ ହେଲେ ଟ୍ରଲି ଚାଳକ ଓ ରିକ୍ସା ଚାଳକ l ଆସନ୍ତା ସମୟରେ ଏହି ବୃତ୍ତି ଡୁବିବାକୁ ବସିଲାଣି l ଏହି ବୃତ୍ତି ରେ ଥିବା ବ୍ୟକ୍ତି ମାନେ ମୁଣ୍ଡ ଝାଳ ତୁଣ୍ଡ ରେ ମାରି ନିପଟ ଖରା ରେ ନିଜର ପରିଶ୍ରମ କରି ନିଜର ଗୁଜୁରାଣ ନିର୍ବାହ କରିଥାନ୍ତି l ଆଜିର ଦୁନିଆରେ ଏମାନ ଙ୍କୁ କାହାର ସମ୍ମାନ ନାହିଁ l ଆଜି ଶ୍ରମିକ ଦିବସରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋଟିଏ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଲକ୍ଷ୍ୟ “ଆମ କର୍ମ ଆମ ପରିଚୟ “l ସମସ୍ତ ଶ୍ରମିକ ମାନଙ୍କ ର ଶ୍ରମକାର୍ଡ ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଛି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଶ୍ରମିକ ମାନଙ୍କ ପାଇଁ ବସ୍ତ୍ର ଲୁଙ୍ଗି, ଗାମୁଛା, ଗଞ୍ଜି ସହ ଫୁଲ ମାଳ ଦେଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ଶାନ୍ତସାହି ନିକଟରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ କରାଯାଇଛି l ଏହିପରି କାର୍ଯ୍ୟକ୍ରମ କୁ ଦେଖି ବହୁ ଲୋକେ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ l କିଛି ଗୁରୁଜନ ଲୋକେ କହୁଥିଲେ ଆଜି ପ୍ରକୁତ ଶ୍ରମିକ ଙ୍କୁ ମାନ୍ୟତା ମିଳିଲା l ଆଜି ର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ମହାନ ସମାଜସେବୀ ଦମନ ମହାନ୍ତି,ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ,ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ନିଗମ ସାହୁ ଓ ଭାବଗ୍ରାହୀ ସାହୁ ଉପସ୍ଥିତ ଥିଲେ l

Exit mobile version