Site icon Awaj Media

ସିବିଏସଇ ଦଶମ ପରୀକ୍ଷାରେ କ୍ରିଷ୍ଣାମୁର୍ତ୍ତି ୱାର୍ଲ୍ଡ ସ୍କୁଲର ଛାତ୍ର ସ୍ଵୟମ୍ ସାଇ ବେଉରା ଙ୍କ ସଫଳତା : ସଦର ମାଟିରୁ ଛୁଟିଲା ଶୁଭେଚ୍ଛାର ବାର୍ତ୍ତା !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେଶନ୍ (ସିବିଏସଇ) ଦଶମ ପରୀକ୍ଷାରେ କଟକ ସଦର ଉରାଳି ପଞ୍ଚାୟତ ଜରିପଡ଼ା ଉପକଣ୍ଠ କ୍ରିଷ୍ଣାମୁର୍ତ୍ତି ୱାର୍ଲ୍ଡ ସ୍କୁଲର ମେଧା ପ୍ରତିଭା ତଥା ନାରାୟଣ ବେଉରା ଓ ମନୀଷା ବେଉରାଙ୍କ ପୁତ୍ର ସ୍ଵୟମ ସାଇ ବେଉରା ଶତକଡା ୮୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ନେଇ ତାଙ୍କୁ ବହୁ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ କୃତୀ ଛାତ୍ରଙ୍କୁ ତାଙ୍କ ଅଜା ୪୨ ମୌଜା ନିବାସୀ ବିଶିଷ୍ଟ ସମାଜସେବୀ ତଥା ଧର୍ମପ୍ରାଣ ବ୍ୟକ୍ତିତ୍ୱ ଖ୍ୟାତି ସମ୍ପନ୍ନ ଓକିଲ ସଂଜୀବ ବିଶ୍ୱାଳ ସମ୍ବର୍ଦ୍ଧିତ କରିବା ସହ ପରିବାର ସଦସ୍ୟ ତଥା ଆତ୍ମୀୟ ସ୍ୱଜନ ଯଥା ଅବସର ପ୍ରାପ୍ତ ଏସପି ଅଶୋକ ବିଶ୍ୱାଳ,ଇଂ.ଦିଲ୍ଲୀପ ବିଶ୍ୱାଳ,ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ,ସମ୍ରାଟ ବିଶ୍ୱାଳ,ସନ୍ତୋଷ ବିଶ୍ୱାଳ,ଜଗଦୀଶ ବିଶ୍ୱାଳ,ଉପେନ୍ଦ୍ର ବେଉରା,ପ୍ରତିମା ବେଉରା,ବୀଣାପାଣି ବେଉରା,ଶିବ ପ୍ରସାଦ ବେଉରା,ବିଦ୍ୟାଳୟ ପକ୍ଷରୁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଉଛି ।

Exit mobile version