Site icon Awaj Media

ଗଜପତି ଜିଲ୍ଲାରେ ଦଶମ ପାସହାର ୯୯.୩୧ ପ୍ରତିଶତ : ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସଦ୍ୟ ପ୍ରକାଶିତ ଦଶମ ବୋର୍ଡ ପରୀକ୍ଷାର ଫଳାଫଳରେ ଗଜପତି ଜିଲ୍ଲା ସର୍ବାଗ୍ରେ ରହିଥିବା ଜଣାପଡ଼ିଛି।ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ପାସହାର ୯୯.୩୧% ରହିବା ସହିତ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଜିଲ୍ଲାରେ ମୋଟ ୧୬୧ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୮୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ଆଜି ସଦ୍ୟ ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ ଜିଲ୍ଲାରେ ଏ-୧ ରେ-୬ଜଣ,ଏ-୨ ରେ ୩୯୫ ଜଣ, ବି-୧ ରେ ୧୭୯୫ ଜଣ, ବି-୨ ରେ ୨୩୭୩ ଜଣ, ସି ରେ ୨୦୪୬ ଜଣ,ଡି ରେ ୧୧୩୨ ଜଣ, ଇ ରେ ୧୮୦ ଜଣ ଓ ଏଫ ବର୍ଗରେ ୫୫ ଜଣ ଏପରି ଭାବରେ ମୋଟ ୭୯୨୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମାତ୍ର ୫୫ ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିବା ଜଣାପଡିଛି।ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୯୮୮ଜଣ ଛାତ୍ରୀ ଓ ୩୯୩୯ ଜଣ ଛାତ୍ର ରହିଥିବା ଜଣାପଡ଼ିଛି ଏହି ସଫଳତା ବଜାୟ ରଖିବା ପଛରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ଡ଼ଃ ମାୟାଧର ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର, ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀ ଏ. ରବି କୁମାରଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଉତ୍ତମ ପରୀକ୍ଷା ପରିଚାଳନାର ଫଳାଫଳ ବୋଲି ଅବିଭାବକମାନେ ସ୍ୱୀକାର କରିବା ସହ ସାଧୁବାଦ ଜଣାଇଛନ୍ତି।

Exit mobile version