Site icon Awaj Media

ସମସ୍ୟା ଘେର ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯୟାଳୟଟି ସମସ୍ୟା ଘେର ରେ ଥିବା ଦେଖିବାକୁ ମିଳିଛି । ଏଠାରେ କର୍ମଚାରୀଙ୍କ ବଦଳି ଦୀର୍ଘ ବର୍ଷ ହେଲା ହେଉନାହିଁ , ତା ସାଙ୍ଗକୁ କର୍ମଚାରୀ ପଦବୀ ଖାଲି ପଡ଼ିଛି । କୃଷି ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି । ସେହିଭଳି ବିଭାଗରେ କର୍ମଚାରୀ ପଦୋନ୍ନତି ହୋଇ ପୁଣି ସେଠାରେ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି । ସରକାର ଙ୍କ ନିୟମ ଏଠାରେ କାର୍ଯ୍ୟକାରୀ ହେଉନାହିଁ । ସରକାରୀ ନିୟମ ଅନୁସାରେ ତିନି ବର୍ଷ ପରେ ବଦଳି ହେବା କଥା , କିନ୍ତୁ ବଦଳି ହେଉନାହିଁ । ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନବ।ଚୀ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନକୁ ବିଭାଗ ଅବଗତ କରଉ ନାହାନ୍ତି , ନ। ଜିଲ୍ଲା ପ୍ରଶାସନ ଜାଣି ଶୁଣି ଏମାନଙ୍କୁ ସହଯୋଗ କରୁଛନ୍ତି ବୋଲି ଜନସାଧାରଣ ଙ୍କ ମନରେ ପ୍ରଶ୍ନବ।ଚି ସୃଷ୍ଟି କରିଛି । ଲୋକଙ୍କ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହେବେ , କର୍ମଚାରୀ କଣ ଏତେ କ୍ଷମତାଶାଳୀ ଯେ ସେମାନେ ଦୀର୍ଘ ବର୍ଷ ହେଲା ବଦଳି ହେଉ ନାହାନ୍ତି । ଏଠାରେ ରାଜନୀତିକ ପ୍ରଭାବ ରହିଛି ଯାହା ଫଳ ରେ ଏମାନେ କ୍ଷମତାଶାଳୀ ନା ଏଠାରେ ଅଦୃଶ୍ୟ ଶକ୍ତି ରହିଛି । ସେମାନେ ବଦଳି ହୋଇ ପାରୁ ନାହାଁନ୍ତି । ଯାହା ଜନସାଧାରଣ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version