Site icon Awaj Media

ସାମନ୍ତରାପୁର ଗାଁ ପୁଅ ସୌମ୍ୟରଂଜନ ସାହୁ ପାଇଲେ A1 !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକାଶ ପାଇଛି ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ଦଶମ ଶ୍ରେଣୀର ପରୀକ୍ଷା ଫଳ | ବାଙ୍କୀ ଡମପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା 23 ଗୋଟି ଉଚ୍ଚ ବିଦ୍ୟାଳୟରୁ ତିନୋଟି ବିଦ୍ୟାଳୟର 4 ଜଣ ଛାତ୍ରଛାତ୍ରୀ 540 ରୁ ଅଧିକ ନମ୍ବର ରଖି A1 ରେ ଉତୀର୍ଣ୍ଣ ହୋଇଛନ୍ତି, ସେଥିମଧ୍ୟରୁ ତାଳବସ୍ତ ପଂଚାୟତ ଅଧୀନ ସାମନ୍ତରାପୁରସ୍ଥ ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ସାହୁ 540 ନମ୍ୱର (90 ପ୍ରତିଶତ )ନମ୍ବର ରଖି ଗାଁ ଏବଂ ବାଙ୍କୀ ପାଇଁ ଗର୍ବିତ କରିଛନ୍ତି | ସାମନ୍ତରାପୁର ଗ୍ରାମର ଦମ୍ପତି ସନ୍ତୋଷ କୁମାର ସାହୁ ଏବଂ ମମତା ସାହୁଙ୍କ ସୁପୁତ୍ର ସୋମ୍ୟରଞ୍ଜନ ଛୁଆବେଳୁ ଭଲ ପଢିବା ସହିତ ଖେଳକୁଦ, ବକୃତା ଓ କୁଇଜିରେ ଭାଗନେଇ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି | ଦୈନନ୍ଦିନର ଶିକ୍ଷା ଜୀବନକୁ ରୋଟିନ ଅନୁସାରେ ପରିଚାଳିତ କରି ସଫଳତା ପାଇ ଚାଲୁଥିବା ସୌମ୍ୟ ରଂଜନ ଆଗକୁ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ ସଫ୍ଟ ଓୟାର ଇଞ୍ଜିନିଅର ହେବେ ବୋଲି କୁହନ୍ତି | ନିଜ ସଫଳତାର ସମସ୍ତ ଶ୍ରେୟ ପରିବାର ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦିଅନ୍ତି | ଈଶ୍ୱର ଭକ୍ତି, ପଢିବାରେ ନିଷ୍ଠା ରହିଲେ ଜଣେ ବିଦ୍ୟାର୍ଥୀ ନିଶ୍ଚିନ୍ତ ସଫଳତାର ଶୀର୍ଷରେ ପହଂଚିପାରିବ ବୋଲି ସୌମ୍ୟରଞ୍ଜନ କହିଛନ୍ତି | ବିନା ମୋବାଇଲ ଏବଂ ଟିୟୁସନରେ ବି ଛାତ୍ର ଛାତ୍ରୀମାନେ ଭଲ ପଢି ଶୀର୍ଷ ସ୍ଥାନରେ ପହଂଚିପାରିବେ | ତାଳବସ୍ତ ଗ୍ରାମ ପଞ୍ଚାୟତକୁ ସୌମ୍ୟରଞ୍ଜନ ସାହୁ ବାଙ୍କୀ ଉପଖଣ୍ଡରେ ଗର୍ବିତ କରିଥିବାରୁ ଯୁବ ସମାଜସେବୀ ତଥା ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ଶ୍ରୀରାମ କମିଟି ସଭାପତି ବିଶ୍ୱ ରଂଜନ ସ୍ବାଇଁ, ଆଦର୍ଶ ଯୁବ ପରିଷଦ ଆବାହକ ଅକ୍ଷୟ କୁମାର ସାମଲ, ସାମାଜିକ କର୍ମି ଗନ୍ଧର୍ବ ଭୋଇ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |

Exit mobile version