Site icon Awaj Media

ପ୍ରୋତ୍ସାହନ ଅଭାବରୁ ଆଖୁ ଚାଷ ରୁ ମୁହଁ ଫେରାଉଛନ୍ତି ଚାଷୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଖୁ ଚାଷ ଏକ ଲାଭ ଦାୟକ ଫସଲ ଅଟେ । ଗଜପତି ଜିଲ୍ଲାରେ ଗୋସାଣୀ ବ୍ଲକ , କାଶୀନଗର ବ୍ଲକରେ ଚାଷୀ ଆଖୁ ଚାଷ କରୁଥିଲେ । ଲାଭବାନ ମଧ୍ୟ ହେଉଥିଲେ । ବର୍ତ୍ତମାନ ଆଖୁ ଚାଷ ଲୋପ ପାଇବାକୁ ବସିଲାଣି । କିଛି ଚାଷୀ ଏହି ଚାଷ କରୁଛନ୍ତି । କିନ୍ତୁ ପାରିଶ୍ରମିକ ଅନୁସାରେ ଲାଭବାନ ହେଉ ନାହାନ୍ତି ଚାଷୀ ! ନିଜେ ଆଖୁ ପେଡ଼ି ଗୁଡ଼ ତିଆରି କରୁଛନ୍ତି । ଆଉ କିଛି ଚାଷୀ ପଡୋଶୀ ରାଜ୍ୟ କୁ ବିକ୍ରି କରୁଛନ୍ତି । ଆଗେ ଏଠାରେ ଫ୍ୟାକ୍ଟ୍ରି ଥିଲା , ଲୋକେ ଆଖୁ ଚାଷ କରୁଥିଲେ । ଫ୍ୟାକ୍ଟ୍ରି ବନ୍ଧ ହେବା ପରେ ଆଖୁ ଚାଷ ଧୀରେ ଧୀରେ କମିଗଲା ! କୃଷି ବିଭାଗ ପକ୍ଷ ରୁ ଯଦି ସଚେତନ କରାଯାଇ ବିହନ ,ପ୍ରୋତ୍ସାହନ ଯୋଗାଇ ଦିଆଯାଇଥାନ୍ତା ତେବେ ଆଖୁ ଚାଷ ପ୍ରତି ଆଗ୍ରହ ବଢି଼ଥାନ୍ତା ! ନୂତନ ସରକାର ଯଦି ଏଥି ପ୍ରତି ଦୃଷ୍ଟି ଦେଇ ନୂତନ ଫ୍ୟାକ୍ଟ୍ରି କରିବେ ଏଠାରେ ବେକାର ସମସ୍ୟା ଦୂର ହେବା ସହିତ ଅଞ୍ଚଳ ର ବିକାଶ ହୋଇ ପାରିବ । ସାମାଜିକ ଅର୍ଥନୀତି ବୃଦ୍ଧି ପାଇପାରିବ ବୋଲି ଆଶା କରାଯାଉଛି । ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

Exit mobile version