Site icon Awaj Media

କେ ସୀତାପୁର ମଣ୍ଡଳର ଜନ ଆକ୍ରୋଶ ରାଲି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସକାଳ ୯ ଘଟିକା ସମୟରେ କେ ସୀତାପୁର ମଣ୍ଡଳର ଜନଆକ୍ରୋଶ ରାଲି ଶତାଧିକ ମହିଳା ମାନଙ୍କୁ ନେଇ ହାଡୁଭାଙ୍ଗି ମୁଖ୍ୟ ରାଜରାସ୍ତା ରେ ରାଲି ପ୍ରଦର୍ଶିତ ହୋଇଥିଲା ! ଉକ୍ତ ରାଲିଟି ମଣ୍ଡଳ ସଭାପତି କେ. ଜୀବନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା, ଏହି ରାଲି ର ମୂଳ କାରଣ ହେଲା ସଂସଦରେ ମୋଦି ସରକାର ଦୀର୍ଘ ଦିନ ଧରି ପଡି ରହିଥିବା ମହିଳା ୩୩ ପ୍ରତିଶତ ଆରକ୍ଷଣ ବିଲକୁ ପାରିତ କରିବା ପାଇଁ ଚେଷ୍ଟା କରୁଥିବା , ବେଳେ କଂଗ୍ରେସ ସମେତ TMC, SP , RJD, ବିଜେଡ଼ି ପ୍ରମୁଖ ଇଣ୍ଡି ମେଣ୍ଟ ଉକ୍ତ ମହିଳା ବିଲର ବିରୋଧରେ ମତ ରଖି ଭୋଟ ନଦେବା ଯୋଗୁଁ ବିଲଟି ପାରିତ ହୋଇପାରିଲାନାହିଁ ! ତେଣୁ ଦେଶର କୋଟି କୋଟି ମହିଳା ଆଜି ନିଜ ଅଧିକାର ଓ ହକ ପାଇବାରୁ ବଞ୍ଚିତ ହେଲେ, ଏହାକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ରୀୟ ବିଜେପି ର ନିର୍ଦ୍ଦେଶ କ୍ରମେ ଦେଶର ସମଗ୍ର ମଣ୍ଡଳ ସ୍ତରରେ ଏହି ମହିଳା ଜନ ଆକ୍ରୋଶ ରାଲି ର ଡାକରା ଦିଆଯାଇଥିଲା. ଉକ୍ତ ରାଳିରେ ଶହ ଶହ ମହିଳା ସାମିଲ ହେବା ସହ କଂଗ୍ରେସ ର ରାହୁଲ ଗାନ୍ଧୀ, ଟି ଏମ. ସି ର ମମତା ବାନାର୍ଜୀ ବିଜେଡ଼ି ର ନବୀନ ପଟନାୟଜ ପ୍ରମୁଖଙ୍କ ଉପରେ କଟାକ୍ଷ ସ୍ଲୋଗାନ ମାନ ଦେଇଥିଲେ ଜ଼ିଲ୍ଲା ସ୍ତରୀୟ ନେତୃ ମଣ୍ଡଳୀ ଜଗନ୍ନାଥ ପ୍ରସାଦ ମହାପାତ୍ର, (ଜ଼ିଲ୍ଲା ସାଧାରଣ ସମ୍ପାଦକ ), ମହିଳା ମୋର୍ଚ୍ଚା ର ବରିଷ୍ଠ ନାରୀନେତ୍ରୀ ଆରୁଣିମା ସାହୁ, ଟି. ଶଙ୍କର ରାଓ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତ ସ୍ଥାନୀୟ ସରପଞ୍ଚ, ଜି. ଜମୁନା ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତ ସମିତି ସଦସ୍ୟା ,ସରଳା ବକ୍ସି,ମୋହିନୀ ପ୍ରମୂଖ ଉପସ୍ଥିତ ରହିଥିଲେ !

Exit mobile version