Site icon Awaj Media

ବାଙ୍କୀ ବିଜେପିର ବିଜୟ ଉତ୍ସବ ପାଳନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ସାହୁ : ଭାରତୀୟ ଜନତା ପାର୍ଟି ବାଙ୍କୀ ଶାଖା ପକ୍ଷରୁ ପକ୍ଷରୁ ଆସାମ, ପଶ୍ଚିମବଙ୍ଗ, ପୁଡ଼ୁଚେରୀ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଐତହାସିକ ବିପୁଳ ବିଜୟର ‘ବିଜୟ ଉତ୍ସବ “ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ଚକ୍ରବର୍ତ୍ତୀ ଯୋଗଦେଇ ଡମପଡା, ବାଙ୍କୀ, ତାଳବସ୍ତ, କଳାପଥର ଅଂଚଳରୁ ଆସିଥିବା କର୍ମିମାନଙ୍କୁ ଉତ୍ସାହିତ କରିଥିଲେ | ବିଜୟ ଶୋଭାଯାତ୍ରାରେ ନଗର ମଣ୍ଡଳ ସଭାପତି ସଞ୍ଜୟ ରଣା , କଟକ ଜିଲ୍ଲା ସମ୍ପାଦିକା ଅନିତା ମିଶ୍ର, ନଗର ମହିଳା ମୋର୍ଚ୍ଚା ସଭାପତି ମନୋରମା ସାମନ୍ତରାୟ, ଗୀତାରାଣୀ ମନ୍ତ୍ରୀ , ସୁନିଲ କୁମାର ସାହୁ , ଅନ୍ତର୍ଯ୍ୟାମୀ ମହାପାତ୍ର , ସତ୍ୟ ରଞ୍ଜନ ସାହୁ , ଆସିଶ ପରିଡ଼ା , ସାଂସଦଙ୍କ ଡମପଡା ବ୍ଲକ ପ୍ରତିନିଧି ସରୋଜ କୁମାର ମତଗଜ ସିଂ , ବାଙ୍କୀ ବ୍ଲକ ପ୍ରତିନିଧି ଜୟନ୍ତ କୁମାର ବେଉରା ପ୍ରମୂଖ ଯୋଗ ଦେଇଥିଲେ ! ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ବାଙ୍କୀ ରେଣୁକା ଛକ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ , ଟ୍ରାଫିକ ଛକ, କଚେରୀ ଛକ, ନୃସିଂହ ଛକ, ମନ୍ଦିର ରାସ୍ତା ଦେଇ ବାଙ୍କୀ ବଜାର ପରିକ୍ରମା କରିଥିଲେ । ପଦଯାତ୍ରାରେ ନରେନ୍ଦ୍ର ମୋଦି ଜିନ୍ଦାବାଦ, ମୋହନ ମାଝୀ , ଧର୍ମେନ୍ଦ୍ର ପ୍ରଧାନ , ମନମୋହନ ସାମଲ ଜିନ୍ଦାବାଦ ନାରା ଦେବା ସହ ପ୍ରତି ଛକରେ ବାଣ ଫୁଟାଇ ଝାଲମୁଢ଼ି ଖାଇ ବିଜୟ ଉତ୍ସବ ପାଳନ କରିଥିଲେ | ଶୋଭାଯାତ୍ରା ବାଙ୍କୀରୁ ଆରମ୍ବ ହୋଇ ଖମାରଙ୍ଗ ଗ୍ରାମଠାରେ ଶେଷ ହୋଇଥିଲା ।

Exit mobile version