Site icon Awaj Media

A1 ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଓ ଗୋଶାଣୀ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରି ବାପା ମାଙ୍କୁ ଖୁସି କଲେ ଚେତନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆସି ସାରିଛି । ଗଜପତି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଓ ଗୋଶାଣୀ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଝିଅ ଚେତନା । ଖୁସି ହେଲେ ବାପା, ମା ଓ ଅଞ୍ଚଳବାସୀ । ସୂଚନା ମୁତାବକ ଗୋଷଣୀ ବ୍ଲକ ଅନ୍ତର୍ଗତ ଭୁଶୁକୁଡି ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚେତନା ଚଳିତ ବର୍ଷ ଦଶମ ପରୀକ୍ଷା ରେ ନିଜ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଗଜପତି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସବୁଠୁ ବଡ଼ କଥା ହେଲା ଚେତନା ନିଜ ମା ଙ୍କୁ ଘର କାମରେ ସାହାଯ୍ୟ କରିବା ସହିତ ପାଠ ପଢା କୁ ବି ଗୁରୁତ୍ୱ ଦେଇ କୃତିତ୍ୱ ହାସଲ କରିଛନ୍ତି । ଚେତନା ଙ୍କ ଏହି ଫଳାଫଳକୁ ଦେଖି ଉଭୟ ମା ବାପା ଖୁସି ଥିବା ସହିତ ଅଂଚଳବାସୀ ବି ବେଶ ଖୁସି ଅଛନ୍ତି ।

Exit mobile version