Site icon Awaj Media

ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଶିବରାମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଅସାବଧାନ ଯୋଗୁଁ ଗଛରୁ ପଡି ଶଯ୍ୟାଶାୟୀ ହୋଇପଡିଛନ୍ତି. ଗରିବ ଯୋଗୁଁ ଅର୍ଥାଭାବରେ ଆବଶ୍ୟକ ଚିକିତ୍ସା ନ ପାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣେ ଦିନ ମଜୁରିଆଙ୍କ ଦୁଃଖଦ କାହାଣୀ ଲକ୍ଷ୍ୟ କରାଯାଇଛି. ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ବ୍ଳକ ସାନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଏସ୍ ରେମ୍ପି ଗ୍ରାମରେ. ଏହି ଜିଲ୍ଲାର ଲାଇଲାଇ ପଞ୍ଚାୟତ କୁରୁଡ଼ା ଗ୍ରାମର ଶିବରାମ ଶବର ନିଜ ପରିବାର ସହ ଏସ୍.ରେମ୍ପି ଗ୍ରାମରେ ଏକ କୁଡ଼ିଆରେ ରହୁଥିଲେ। ପରିବାର କହିଲେ ସ୍ତ୍ରୀ ସୁମିତ୍ରା ଏବଂ ଦୁଇ ଜାଆଁଳ କନ୍ୟା ସନ୍ତାନ ଗଙ୍ଗା ଓ ଯମୁନା I କିଛି ଦିନ ପୂର୍ବେ ଶିବରାମ କାଜୁ ତୋଳିବା ପାଇଁ ଗଛ ଚଢି ତୋଟାରେ କାମ କରିବା ବେଳେ ଅସାବଧାନତା ବଶତଃ ଗଛରୁ ଖସି ପଡ଼ିଥିଲେ. ତାଙ୍କର ଡାହାଣ ହାତ ସହ ଅଣ୍ଟାର ହାଡ଼ ଭାଙ୍ଗି ଯାଇଛି। ପ୍ରଥମେ ତାଙ୍କୁ ରାୟଗଡ଼ ସରକାରୀ ଡାକ୍ତରଖାନା ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ନେବା ପାଇଁ ଡାକ୍ତର ପରାମଶ ଦେଇଥିଲେ. ମାତ୍ର ପାଖରେ ଟଙ୍କା ନଥିବାରୁ ବ୍ରହ୍ମପୁର ନଯାଇ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ | ବର୍ତ୍ତମାନ ଶିବରାମ ବିନା ଚିକିତ୍ସାରେ ଘରେ ପଡ଼ି ରହିଛନ୍ତି. ଅଣ୍ଟା ଭାଙ୍ଗି ଯାଇଥିବାରୁ ସେ ସର୍ବଦା ଶୋଇ ରହୁଛନ୍ତି. ଶିବରାମ ଖଟିଆରେ ପଡିବା ଦିନ ଠାରୁ ପରିବାରର ଗୁଜରାଣ ମୋଟାମୋଟି ଭାବେ ବନ୍ଦ ହୋଇଯାଇଛି. ପରିବାର ବର୍ଗ ବହୁ ଦୁଃଖ ଯନ୍ତ୍ରଣା ଓ ଉପବାସରେ ଦିନ କାଟୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ପ୍ରଶାସନ ଓ ରାଜ୍ୟ ସରକାର ଏହି ଦୁଖଃଦ ପରିବାରକୁ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି.

Exit mobile version