Site icon Awaj Media

ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳା ପାଇଁ ସରକାରଙ୍କ ପ୍ରସ୍ତୁତି ଜୋରଦାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁରାଣ ପ୍ରସିଦ୍ଧ ତଥା ଓଡିଶାର ହିମାଳୟ ମହେନ୍ଦ୍ରଗିରି ଠାରେ ମହେନ୍ଦ୍ରମେଳାକୁ ମହାସମାରୋହରେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆ ଯାଇଛି. ଆସନ୍ତା ଜୁନ୍ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ର ମେଳା ଅନୁଷ୍ଠିତ ହେବା ସପ୍ତାହବ୍ୟାପୀ ଏହି ଆଧ୍ୟାତ୍ମିକ ମେଳା ଆୟୋଜନ ହେବାକୁ ଯାଉଥିବା ବେଳେ ଏହାର ସୁପରିଚାଳନା ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହେନ୍ଦ୍ରଗିରିରେ ମେଳାର ପ୍ରସ୍ତୁତି ତଦାରଖ କରିଛନ୍ତି | ସପ୍ତାହବ୍ୟାପୀ ହେବାକୁ ଥିବା ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ବହୁ ବିଶିଷ୍ଟ ସାଧୁସନ୍ଥଙ୍କ ସମାଗମ ହେବ. ଏଥିସହ କଳସଯାତ୍ରା, ମହାଯଜ୍ଞ, ଅନ୍ନଯଜ୍ଞ ଏବଂ ଅହୋରାତ୍ର ନାମ ସକୀର୍ତନ ଭଳି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ. ଏଥିପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇ ଏହାର ସଫଳତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ଏହି ଉଦେଶ୍ୟରେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଳକ୍ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧାକୃଷ୍ଣ ଜାନି ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନିଙ୍କ ସମେତ ବିଭିନ୍ନ ସଂଗଠନ, ସାମାଜିକକର୍ମୀ, ବିଜେପି ନେତା ଓ କର୍ମୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଆଲୋଚନା କରିଥିଲେ।

Exit mobile version