Site icon Awaj Media

କଠିନ ବର୍ଜ୍ୟ ପରିଚାଳନା ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧକ୍ଷ୍ୟା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଅଳନ୍ତା ଷଡଙ୍ଗୀଙ୍କ ନିର୍ଦେଶରେ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ନେଇ କଠିନ ବର୍ଜ୍ୟ ପରିଚାଳନା ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା, କଂସିଲେଟର କ୍ଷଣପ୍ରଭା କର, ଚିକିତ୍ସାଳୟର ଡାକ୍ତର ପି ପି ସାହୁ ପ୍ରମୁଖ ଉପସ୍ଥିତ ରହି ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା, ଘରୋଇ ଆବର୍ଜନାକୁ ଭିଜା ଓ ଶୁଖୁଲା ବର୍ଜ୍ୟ ଭାବେ ପୃଥକ କରି ଫିଙ୍ଗିବା , ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଆବର୍ଜନାର ଅବ୍ୟବସ୍ଥିତ ପରିଚାଳନା ଦ୍ବାରା ପରିବେଶ ଦୂଷିତ ହେବା ସହିତ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସାଧାରଣ ଲୋକଙ୍କୁ ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ନଫିଙ୍ଗିବାକୁ କହିବା ସହିତ ଏକବାର ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କମେଇବା ଓ ପୁନଃବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଅନୁରୋଧ କରିଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଲି , ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଇବା ପାଇଁ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସାଳୟର ସମସ୍ତ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ I କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ସାହୁ, ପବନ କୁମାର ବେହେରା, ପ୍ରମିଳା ମଲିକ, ଗଦାଧର ବିଶ୍ଵାଳ ଏବଂ ଅଧିକାର ମିତ୍ର ମାନେ ଉପସ୍ଥିତ ରହି କାର୍ଯକ୍ରମକୁ ପରିଚାଳନା କରିବାରେ ସହ‌ଯୋଗ କରିଥିଲେ । ପରିଶେଷରେ ପ୍ରାକରଣର ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version