Site icon Awaj Media

ନୟାଗଡ ଜିଲ୍ଲା କୋର୍ଟ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ଜିଲ୍ଲା କୋର୍ଟ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ! ନୟାଗଡ ଜିଲ୍ଲାର ବିଚାର ବିଭାଗୀୟ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଲୋକ ଅଦାଲତରେ ୫୪ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଚବିଶ ଲକ୍ଷ ଷାଠିଏ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୩୭ ଟି ଦେୱାନି କେସରୁ ୭୮ ଟି ମାମଲା ଫଇସଲା କରାଯାଇଥିଲା । ଏନ. ଆଇ. ଆକ୍ଟ କେସ ୯୮ ଟି ରୁ ୬ ଟି ଫଇସଲା କରାଯାଇ ଏକ ଲକ୍ଷ ଅଣତିରିଶ ହଜାର ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୮ ଟି ରୁ ୧୩ ଟି ମାମଲା, ଅନ୍ୟାନ୍ୟ ଫୌଜଦାରୀ ୩୯୯ ଟି ରୁ ୧୨୩ ଟି ମାମଲା ଫଇସଲା କରଯାଇଥିଲା । ବିଦ୍ୟୁତ ସମ୍ୱନ୍ଧୀୟ ୧ ଟି ମାମଲା ଫଇସଲା କରାଯାଇ ଏକାବନ ହଜାର ଦୁଇ ଶହ ଚବିଶ ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ଷଡଙ୍ଗୀ, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ରିଜା ରାୟ , ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ ମିସ ଶ୍ରୀମୟୀ ଆଚାର୍ଯ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ମିସ ଅନ୍ନପୂର୍ଣା ଷଡଙ୍ଗୀ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ, ଜେ ଏମ ଏଫ ସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ଅଦାଇତ ପରିଚାଳନା କରିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ସ୍ବୟଂ ପ୍ରଭା ଆଚାର୍ୟ ଏବଂ ରେଜିଷ୍ଟାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version