Site icon Awaj Media

ତାଳବସ୍ତରେ ହେବ କାରଖାନା -କଟକ ଜିଲ୍ଲାପାଳ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତ ଅଧୀନରେ ରହିଛି ଚନ୍ଦକା ଡମପଡା ଅଭୟାରଣ | ବାଙ୍କୀ ଏକ ବନ୍ୟାପ୍ରବଣ ଅଂଚଳ ହୋଇଥିବାରୁ ପଡୋଶୀ ଆଠଗଡ, ଖୋର୍ଦ୍ଧା ପରି ଏଠାରେ କଳ କାରଖାନା ନିର୍ମାଣ ହୋଇ ପାରୁନାହିଁ ! ତେଣୁ ସ୍ଥାନୀୟ ଲୋକ କାମ ନ ପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି | ତେଣୁ ସ୍ଥାନୀୟ ଅଂଚଳର ବେକାରୀ ସମସ୍ୟା ଦୂରୀଭୂତ ପାଇଁ ସୋମବାର ଦିନ ବାଙ୍କୀ ବ୍ଲକରେ ହୋଇଥିବା ଜନ ଶୁଣାଣି ଶେଷ ପରେ ଜିଲ୍ଲାପାଳ ସିଧାସଳଖ ବାଙ୍କୀର କିଛି ସ୍ଥାନର ଉର୍ନୟନ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା କରିଥିଲେ | ସେଥିମଧ୍ୟରୁ ତାଳବସ୍ତର ପାଦଦେଶରେ ଥିବା ତାଳବସ୍ତ, ଦୁଲଣାପୁର, ଅରପୁର, କୁସୁନ୍ଦା ମୌଜାରେ ଥିବା ପାଞ୍ଚ ଶହ ଏକର ସରକାରୀ ଜାଗାକୁ ଚି଼ହ୍ନଟ କରିବାକୁ ଜିଲ୍ଲାପାଳ ଡମପଡା ତହସିଲଦାର ବୈଶାଖୀ ଲେଙ୍କାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସରକାରୀ ଜାଗାରେ ଆଗାମୀ ଦିନରେ କୌଣସି ବଡ଼ କମ୍ପାନୀର କାରଖାନା ହେଲେ ବାଙ୍କୀର ବିକାଶ ମାନଚିତ୍ର ବଦଳିବ ବୋଲି ଆଶା କରାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ | ତାଳବସ୍ତ ଅଂଚଳରେ ସେଥିପାଇଁ ଜନ ସାଧାରଣଙ୍କ ଭିତରେ ଖୁସିର ବାତାବରଣ ଖେଳିଛି | କଟକ ଜିଲ୍ଲାପାଳଙ୍କ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟରେ ବାଙ୍କୀ ଉପ ଜିଲ୍ଲାପାଳ ମନସ୍ବିନୀ ଦାସ ଙ୍କ ସହିତ ଉଭୟ ବ୍ଲକ ବାଙ୍କୀ ଏବଂ ଡମପଡା ବ୍ଲକର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ |

Exit mobile version