Site icon Awaj Media

ନୟାଗଡ଼ ଜିଲ୍ଲା ରେ ବିଶ୍ୱ ରେଡକ୍ରସ ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଟିକା ସମୟରେ ଏକ ସଚେତନତା ରାଲି ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜିଲ୍ଲା ରେଡକ୍ରସ ଫୋରମର ସଦସ୍ୟ ମାନେ ଯୋଗ ଦେଇଥିଲେ । ପରେ ପରେ ସକାଳ ୯ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଏକ ସାଧାରଣ ସଭା ଜିଲାପାଳ, ନୟାଗଡ଼ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଡେପୁଟୀ କଲେକ୍ଟର ତପତି ରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ସ୍ୱାଇଁ , ରେଡକ୍ରସ୍ ଫୋରମର ସଦସ୍ୟ ମାନେ , ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହାପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୯ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Exit mobile version