Site icon Awaj Media

ଜୁନ ୧ ରୁ ୯ ଯାଏଁ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସନ୍ତା ଜୁନ ୧ ରୁ ୯ ତାରିଖ ପର୍ଯ୍ୟନ୍ତ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା ୯ ଦିନ ବ୍ୟାପି ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ତଥା ଭଗବାନଙ୍କ ତପଭୂମୀ ମହେନ୍ଦ୍ରଗିରି ଶିଖର ରେ ମହେନ୍ଦ୍ର ମେଳା ପୂଜ୍ୟ ସାଧୁସନ୍ଥ , ଆଚାର୍ଯ୍ୟ , ଯାଜ୍ଞିକ , ବିଦ୍ଵାନ୍ , ଭକ୍ତ ତଥା ସେବକ ମାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ଲାଗି ସ୍ନାନ ଓ ବିଶ୍ୱଶାନ୍ତି ନବକୁଣ୍ଡୀୟ ହରିହରାତ୍ମକ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେବ। ତତ୍ ସହିତ ଭାରତର ବିଭିନ୍ନ କ୍ଷେତ୍ରରୁ ବହୁ ସାଧୁ ସନ୍ଥ ଓ ଆଚାର୍ଯ୍ୟ ବୃନ୍ଦ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଭକ୍ତବୃନ୍ଦ ଏହି ମହାର୍ଘ ଯଜ୍ଞାନୁଷ୍ଠାନରେ ଯୋଗଦାନ ପୂର୍ବକ ଭଗବତ୍ କୃପାଶ୍ରୀର୍ବାଦ ଲାଭ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ବାନ ଦିଆଯାଇଛି । ଏହି ୯ ଦିନ ବ୍ୟାପୀ ପ୍ରତିଦିନ ଘୃତଯଜ୍ଞ , ନାମଯଜ୍ଞ , ଜ୍ଞାନଯଜ୍ଞ , ଅନ୍ନଯଜ୍ଞ , ଚତୁର୍ବେଦ ଓ ଭାଗବତ , ରାମଚରିତ ମାନସ ପାରାୟଣ , ସାଧୁସନ୍ଥ ମାନଙ୍କ ଦ୍ବାରା ଜପ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ଏହି ଅବସରରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆକଳନ କରାଯାଇଛି। ସେମାନଙ୍କ ରହଣୀ , ଭୋଜନ ଆଦି ବ୍ୟବସ୍ଥା କିପରି ସୁରୁଖୁରୁରେ ହେବ ସେଥି ପ୍ରତି ଧ୍ୟାନ ଦିଆଯାଇଛି। ସେହିପରି ମହେନ୍ଦ୍ର ଅଞ୍ଚଳର ସଫେଇ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ଏହି ଅବସରରେ ସମସ୍ତଙ୍କୁ ନିବେଦନ କରାଯାଇଛି ଯେ ମହେନ୍ଦ୍ର ଅ଼ଞ୍ଚଳରେ ପୋଲିଥିନ ବ୍ୟବହାର ନକରିବା ପାଇଁ। ଏହି ସାମ୍ବାଦିକ ସମ୍ମିଳନୀରେ ଦେବୀ ମଠ ମହନ୍ତ ରାମାନ୍ଦ ଦାସଜୀ , ଗଞ୍ଜାମ ଚିକିଟିର ପଣ୍ଡିତ ଅଶୋକ କୁମାର ପାଢୀ , ମହନ୍ତ ଡଃ ହରିହର ଦାସଜୀ , ଅନ୍ତର୍ଯ୍ୟାମୀ ଗମାଙ୍ଗ , ସିଦ୍ଧେଶ୍ବର ମିଶ୍ର , ନଳିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version