Site icon Awaj Media

ପୁରୁଣା ଫାୟର ଷ୍ଟେସନ ଛକରେ ବିଶ୍ରାମଗାର ଓ ଶୌଚାଳୟ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ଫାୟାର ଷ୍ଟେସନ ଛକ ନିକଟରେ ବିଶ୍ରାମଗାର ଓ ଶୌଚାଳୟ ନଥିବାରୁ ପଥଚାରୀ ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୋକାନ ଗୁଡିକରେ ପଥଚାରୀ ଓ ଯାତ୍ରୀ ମାନେ ଆଶ୍ରୟ ନେଉଛନ୍ତି । ଏଠାରେ ବିଶ୍ରାମଗାର ଓ ଶୌଚାଳୟ ଟିଏ ହେଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ହେଉ କି ପୌର ପରିଷଦ ଗୁରୁତ୍ୱ ଦେଇ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ କଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version