କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସୁନାବେଡା ରେ ସର୍ବସାଧାରଣ ଙ୍କ ପାଇଁ କେବେ ହେବ ଶୌଚାଳୟ l କୋରାପୁଟ ଜିଲ୍ଲା ର ଏକ ପ୍ରମୁଖ ସହର କହିଲେ ସୁନାବେଡା କୁ କୁହାଯାଏ , ଏପରିକି ବାଣିଜ୍ୟ କେନ୍ଦ୍ର ଠୁ ଧରି ମିଗବିମାନ କେନ୍ଦ୍ର ଯାଏଁ ସମସ୍ତ ଅନୁଷ୍ଠାନ ଏଠାରେ ଅବସ୍ଥାପିତ ଅଟେ l 25 ଗୋଟି ୱlର୍ଡ କୁ ନେଇ ଗଠିତ ଏହି ମୁନିସିପାଲିଟି ରେ ଆନୁମାନିକ ଏକ ଲକ୍ଷ ପାଖାପାଖି ଜନସାଧାରଣ ବାସ କରୁଥିବା ବେଳେ ଅତି ଦୁଃଖ ର ବିଷୟ ଏତେ ବଡ଼ ସହର ରେ ଜନସାଧାରଣ ଙ୍କ ପାଇଁ ସର୍ବସାଧାରଣ ରେ ଶୌଚାଳୟ ଟିଏ ନାହିଁ ! ଏପରିକି ବାଟୋଇ ମାନେ ଖୋଲା ରେ ଆଉ ସର୍ବସାଧାରଣଙ୍କ ଜାଗା ରେ ଶୌଚ କରିବାକୁ ପଛାଉ ନାହାନ୍ତି l ଯlଦ୍ୱାରା ପରିବେଶ ଦୂଷିତ ହେଉଛି ! ତେଣୁ ଯଥା ଶ୍ରୀଘ୍ର ଏହି ସମସ୍ୟା ର ସମାଧାନ ପ୍ରତି ପ୍ରଶାସନ ଓ ପୌର କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
ସୁନାବେଡା ରେ ସର୍ବସାଧାରଣ ଙ୍କ ପାଇଁ କେବେ ହେବ ଶୌଚାଳୟ !!!

