Site icon Awaj Media

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ : ସାହାଯ୍ୟ ସକାଶେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେରାଣ୍ଡି ପଞ୍ଚ।ୟତର ପୁରୁଣା କେର।ଣ୍ଡି ଗ୍ରାମର ବିଶ୍ଵନାଥ ବେହେରା ଦୀର୍ଘ ଦିନ ହେଲା ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ବିଶକପାଟନ।ର ସାଗର ଦୁର୍ଗ। ଓ କେୟାର ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ , ପରେ ହାଇଦ୍ରାବାଦ ର ଏଆଇଜି ରେ ଚିକିତ୍ସିତ ହେଉଥିଲେ ! ଚିକିତ୍ସା ରେ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ପ୍ରକାଶ କରିଛନ୍ତି । ଆର୍ଥିକ ସହାୟତା ପାଇଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ସହାୟତା ମିଳି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ଏଥି ପ୍ରତି ସରକାର ଙ୍କ ଦୃଷ୍ଟି ପଡ଼ିଲେ ସେ ଉପକୃତ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।

Exit mobile version