Site icon Awaj Media

ଏନଏମଏମଏସ ପରୀକ୍ଷାରେ ବୀଣାପାଣି ଷ୍ଟଡି ସର୍କଲ ତିନି ମେଧା ପ୍ରତିଭାଙ୍କ ସଫଳତା : ଶ୍ରଦ୍ଧା ସୁମନ, ଆରକ୍ଷୀ ଓ ସ୍ନେହାଶ୍ରୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଷ୍ଟଡି ସର୍କଲ କୂଳସରିଚୁଆଁ ୪୨ ମୌଜା କଟକ ସଦାର ତିନି ଜଣ ମେଧା ଛାତ୍ରୀ ଚଳିତ ବର୍ଷର ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି (ଏନଏମଏମଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ଜୟନ୍ତୀଦେବୀ ବିଦ୍ୟାପୀଠ ନବମ ଶ୍ରେଣୀର ତିନି ଜଣ ଛାତ୍ରୀ ଶ୍ରଦ୍ଧା ସୁମନ ପୃଷ୍ଠି,ଆରକ୍ଷୀ ବେହେରା ଓ ସ୍ନେହାଶ୍ରୀ ମୁଦୁଲି l ଏହି ପିଲା ତିନି ଜଣ ଖଲର୍ଦ। ଗ୍ରାମପଂଚାୟତର ନାରଙ୍ଗପଡ଼ା ଗ୍ରାମର କାର୍ତ୍ତିକ ଚନ୍ଦ୍ର ପୃଷ୍ଠିଙ୍କ ଝିଅ ଶ୍ରଦ୍ଧା ସୁମନ, ନିରୋଦ ବେହେରାଙ୍କ ଝିଅ ଆରକ୍ଷୀ ଓ ଗଣେଶ୍ୱର ମୁଦୁଲିଙ୍କ ଝିଅ ସ୍ନେହାଶ୍ରୀ ଅଟନ୍ତି । ଏହି ମେଧା ପ୍ରତିଭାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

 

Exit mobile version