ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ମହା ଆଡ଼ମ୍ବରରେ ପାଳିତ ହୋଇଅଛି । ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସ୍ୱାମୀର ଦୀର୍ଘାୟୁ କାମନା କରି , ସାବିତ୍ରୀ ପୂଜା ପାଇଁ ଚୁଡି ସିନ୍ଦୂର, କଳା ମାଳି, ଅଳତା ସାଙ୍ଗକୁ ବିଭିନ୍ନ ଫଳ ଆମ୍ବ କଦଳୀ, ଲିଚୁ, ଖଜୁରୀକୋଳି,ତାଳ ପଣସ, ଜାମୁ କୋଳି ପ୍ରଭୃତି ଫଳ ପାଚିଲା ସହ ନୂଆ ଶାଢ଼ୀ ଆଣି ପୂଜାର୍ଚ୍ଚନା କରନ୍ତି । ବହୁତ ଖୁସି ଓ ଆନନ୍ଦ ଉଲ୍ଲାସରେ ମହିଳାମାନେ ସ୍ୱାମୀ ଙ୍କର ମଙ୍ଗଳ କାମନା ସହ ଦୀର୍ଘାୟୁ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରନ୍ତି । ସେହିପରି ପୁରପଲ୍ଲୀରେ ସଧବା ନାରୀ ମାନେ ଉପବାସ ରହି ସ୍ଵାମୀର ମଙ୍ଗଳ କାମନା କରିବା ସହିତ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ପବିତ୍ର ସାବିତ୍ରୀ ବ୍ରତ ଆନନ୍ଦରେ ପାଳନ କରିଛନ୍ତି ।
ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ !!!

