Site icon Awaj Media

ରଖେ ହରି , ମାରେ କିଏ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଖେ ହରି , ମାରେ କିଏ l କଥା ରେ ଅଛି ରଖେ ହରି , ମାରିବ କିଏ l ଏ ଉକ୍ତିଟି ଗତ କାଲି ରାତି ସାତ ଟା ବେଳେ କୋରାପୁଟ ସ୍ଥିତ କଳା ନିକେତନ ଛକ ନିକଟସ୍ଥ ଆଖଣ୍ଡ ମଣି ଶିଵ ମନ୍ଦିର ସାମ୍ନା ରେ ସତ ହୋଇଯାଇଛି ! ସେଠାରେ ଥିବା ଶହେ ବର୍ଷ ତଳର ଏକ ବରଗଛ ହଠାତ ବିନା ବର୍ଷା ପବନ ରେ କଡ଼ କଡ଼ ଶବ୍ଦ କରି ମନ୍ଦିର ପାଚେରୀ ଉପରେ ଭଗ୍ନ ଭାବରେ ପଡିଗଲା ! କିନ୍ତୁ ସେତେବେଳେ କୌଣସି ଯାନ ବlହନ କି ପଥିକ ସେ ରାସ୍ତା ରେ ଯାଉ ନଥିଲେ , ଏପରିକି ସେ ସ୍ଥାନ ଟି ସଦାସର୍ବଦା ଗହଳ ଚହଳ ହୋଇ ରହୁଥିବା ବେଳେ ଏ ଘଟଣା ବେଳେ କେହି ଉପସ୍ଥିତ ନ ଥିଲେ ! ତାହା ଯଦି ଦିନ ବେଳେ ହୋଇଥାନ୍ତା ହୁଏତ ଧନଜୀବନ ଯାଇଥାନ୍ତା ବୋଲି ସାଧାରଣ ରେ ଆଲୋଚନା ହେଉଅଛି ! କେହି କେହି ଆଖଣ୍ଡ ମଣି ଙ୍କ କୋପ ରୁ ଏ ପ୍ରକାର ଘଟଣା ଘଟିଲା ବୋଲି କହୁଛନ୍ତି ! ସେ ଯାହା ବି ହେଉ ରଖେ ହରି ମାରେ କିଏ , ଆଉ ମାରେ ହରି ରଖେ କିଏ ବୋଲି ସାଧାରଣ ରେ ଆଲୋଚନା ହେଉଛି l

Exit mobile version