Site icon Awaj Media

କୋରାପୁଟ ରେ ଆନନ୍ଦ ଉଲ୍ଲାସର ସହ ସାବିତ୍ରୀ ବ୍ରତ ପାଳିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ଆନନ୍ଦ ଉଲ୍ଲାସର ସହ ସାବିତ୍ରୀ ବ୍ରତ ପାଳିତ l ଓଡ଼ିଆ ସଂକୃତିର ନିଦର୍ଶନ ସାବିତ୍ରୀ ବ୍ରତ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ପାଳନ କରାଯାଉଥିବା ବେଳେ କୋରାପୁଟ ରେ ପାଳିତ ହୋଇଯାଇଛି l ଆଜି ସକାଳୁ ସଧବା ବହୁ ମାନେ ସ୍ନାନ କରି ବିଭିନ୍ନ ପ୍ରକାର ଶୃଙ୍ଗାର ରେ ନିଜକୁ ଭୂଷିତ କରି ଫଳ ମୂଳ ନୂତନ ଲୁଗା ସହ ମନ୍ଦିର ଯାଇ ପୂଜା ଅର୍ଚନା କରିବା ସହ ବ୍ରାହ୍ମଣ ଙ୍କ ଠୁ ପୂରlଣ ଶୁଣିଥିଲେ ! ଭଗବାନ ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଓ ଉପାସ ବ୍ରତ ପାଳନ କରିଥିଲେ l ଘରେ ଘରେ ଏହି ପୂଜା କରାଯାଇଥିଲା ବେଳେ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ବି ବିବାହିତ ମହିଳା ମାନେ ଏ ବ୍ରତ ପାଳନ କରୁଥିବାର ଦେଖା ଯାଇଥିଲା l ସେହିପରି ମାଲକାନଗିରି ରେ ବି ଏହି ସାବିତ୍ରୀ ବ୍ରତ ମହା ଧୁମ ଧାମ ରେ ପାଳନ କରାଯାଇଥିଲା l ସୂଚନା ଯୋଗ୍ୟ ଆଜିର ଦିନ ରେ ପତିବ୍ରତା ନାରୀ ଦେବୀ ସାବିତ୍ରୀ ଯମ ଙ୍କ ଠୁ ବର ମାଗି ସତ୍ୟବାନ ଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିବାର ଜନ ସୃତି କୁହେ l

Exit mobile version