Site icon Awaj Media

ସୁସାହିତ୍ୟିକା ପ୍ରଭାତୀ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ସ୍ଥିତ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପରିସରରେ ସ୍ୱର୍ଗତା କବୟିତ୍ରୀ ପ୍ରଭାତୀ ମହାପାତ୍ର ପଣ୍ଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅ ଛି । ଏହି କାର୍ଯ୍ୟକ୍ରମକୁ ଭୂତନାଥ ସାହିତ୍ୟ ଓ ସଂସ୍କୃତି ସଂସଦ(ଚକାପଦା), ଶ୍ରୀରାମ କମିଟି(ତାଳବସ୍ତ) ଏବଂ ପ୍ରତୀକ୍ଷା ସାହିତ୍ୟ ଓ ସଂସ୍କୃତି ପରିଷଦ(ଅରପୁର)ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଉପସଭାପତି ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରି ସ୍ୱର୍ଗତା ପଣ୍ଡା ଜଣେ ଦରଦି କବି , ଗାଳ୍ପିକା ଓ ବାଙ୍କୀ ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲେ । ସ୍ୱର୍ଗତା ମହାପାତ୍ର ପଣ୍ଡା ନରସିଂହପୁରରେ ବିବାହ କରିଥିଲେ ଓ ସେଠାରେ ତାଙ୍କର ପରଲୋକ ହୋଇଥିଲା । ସୂଚନାଯୋଗ୍ୟଯେ ସ୍ୱର୍ଗତା ମହାପାତ୍ର ପଣ୍ଡାଙ୍କ ପ୍ରଥମ ଦୁଇଟି ପୁସ୍ତକ ମା’ଚର୍ଚ୍ଚିକାଙ୍କ ପୀଠ ଓ ଦେଵଗିରୀ ଜଗନ୍ନାଥ ମନ୍ଦିରରେ ରେ ଶୁଭ ଉନ୍ମୋଚିତ ହୋଇଥିଲା । ଭୂତନାଥ ସାହିତ୍ୟ ଓ ସଂସ୍କୃତି ସଂସଦର ଆବାହକ ଅକ୍ଷୟ କୁମାର ସାମଲ ଯୋଗଦାନ କରି ସ୍ୱର୍ଗତା ମହାପାତ୍ର ପଣ୍ଡା ଭୂତନାଥ ଅନୁଷ୍ଠାନ ତରଫରୁ 2023 ରେ ସମ୍ବର୍ଦ୍ଧିତ ହୋଇଥିଲେ ଓ ତାଙ୍କର ବାଙ୍କୀର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରତୀକ୍ଷା ଅନୁଷ୍ଠାନର ସଭାପତି ସୁବ୍ରତ କୁମାର ନାୟକ, ଶ୍ରୀରାମ କମିଟି ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ, କବି ମନୋଜ କୁମାର ରାଉତ, ରାଣୀ ଶୁକଦେଈ ଅନୁଷ୍ଠାନର ସଭାପତି ସବିତା ମଲ୍ଲିକ, ଅଧ୍ୟାପିକା ମମତା ଜେନା, କୁମର ପ୍ରଧାନ, ଶଶିଭୂଷଣ ତ୍ରିପାଠୀ, କଂଗ୍ରେସ ରଣା, ମିଲନ ପ୍ରଧାନ, କବି ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତା ମହାପାତ୍ର ପଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ତାଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମହେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ।

Exit mobile version