ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କୃଷି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଦୀର୍ଘ ଦିନ ହେଲା ପୁରଣ ହେଉନାହିଁ , ସେହିଭଳି ଓଡ଼ିଶା କୃଷି ନିଗମ ର ଅଧିକାରୀ ପଦବୀ ପୂରଣ ହେବ କେବେ ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା କୃଷି ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ଦୀର୍ଘ ଦିନ ପୂରଣ ହୋଇପାରୁ ନାହିଁ । ସହକାରୀ ଯନ୍ତ୍ରୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ଓଡ଼ିଶା କୃଷି ନିଗମର ଅଧିକାରୀ ନାହାନ୍ତି , କୃଷି ବିଭାଗ ର ସହକାରୀ ଯନ୍ତ୍ରୀ କୃଷି ନିଗମ ରେ ଥିବା ଅଧିକାରୀ ପଦବୀ ଦାୟିତ୍ଵ ତୁଲାଉଛନ୍ତି । ଏହି ଦୁଇଟି ପଦବୀ ପୁରଣ ହେଲେ ଚାଷୀ ଉପକୃତ ହେବେ ଓ ଜନସାଧାରଣ ଉପକୃତ ହେବେ । ଏଥି ପ୍ରତି ଲୋକଙ୍କ ସରକାର ଦୃଷ୍ଟି ପଡ଼ିବା ଆବଶ୍ୟକ ରହିଛି । ନହେଲେ ଲୋକେ ଗୁହାରି କରିବେ କାହାକୁ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

