Site icon Awaj Media

କଏଦୀ ଙ୍କୁ ଦେଖା କରିବାକୁ ଆସିଥିବା ସମ୍ପର୍କୀୟ ଅସୁସ୍ଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଉପ କାରାଗାର ରେ ମଙ୍ଗବାର ଦିନଦଶ ଘଟିକା ସମୟରେ ଜେଲ ରେ ଥିବା ଅନ୍ତେବାସୀ ଙ୍କୁ ସାକ୍ଷାତ କରିବାକୁ ଆସିଥିବା ସମ୍ପର୍କୀୟ ମାନଙ୍କ ମଧ୍ୟରୁ ଜୈନିକ ସମ୍ପର୍କୀୟ ବେହୋସ ହୋଇଯାଇଥିବା ଘଟଣା ସାମ୍ନା କୁ ଆସିଛି. ବାଣପୁର ଉପକାରାଗାର ର କଏଦୀ ମାନଙ୍କୁ ଭେଟ କରିବାକୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଏହାର ସାକ୍ଷାତ କାର ଗୃହ ରେ ଅପେକ୍ଷା କରିବାକୁ ପଡିଥାଏ କିନ୍ତୁ ଏହି ଗୃହ ର ପୁତିଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ କୌଣସି ବ୍ୟକ୍ତି ବିଶେଷ ସେଠାରେ କଏଦୀ ଙ୍କୁ ଭେଟିବାକୁ ଅପେକ୍ଷା କରିବାକୁ ସହଜ ନମଣି ବାହାର କୁ ପଳାଇ ଆସନ୍ତି. ଅସହ୍ୟ ଗୁଳୁଗୁଳି ସାଙ୍ଗ କୁ ମୁଣ୍ଡ ଫଟା ଖରା ଯୋଗୁଁ ଅନେକ ଜେଲ ବାହାର ଫାଟକ ପାଖରେ ରେ ଛିଡା ହେବା ଯୋଗୁଁ ଅସୁସ୍ଥ ହେବାର ଘଟଣା ମାନ ସାମ୍ନା କୁ ଆସିଛି. ଏହାର ଅଭ୍ୟର୍ଥନା କକ୍ଷ ଟି ଅପରିଷ୍କାର ଏବଂ ପ୍ରବଳ ଦୁର୍ଗନ୍ଧ ଯୋଗୁଁ ସ୍ରମ୍ପର୍କୀୟ, ଓକିଲ ମାନେ ନାକରେ ରୁମାଲ ଦେଇ ଅସହଜ ଭାବରେ ବାଧ୍ୟ ବଧକତା ରେ କୈଦି ମାନଙ୍କୁ ସାକ୍ଷାତ କରନ୍ତି. ମଙ୍ଗଳବାର ବାଣପୁର ଉପ କାରାଗାର କୁ କିଛି କଏଦୀଙ୍କୁ ଦେଖା କରିବାକୁ ନିଜ ପରିବାର ଲୋକେ ଯାଇ କାରାଗାର ବାହାରେ ଖରାରେ ଦୀର୍ଘ୍ ସମୟ ଠିଆ ହୋଇ ଚେତା ଶୂନ୍ୟ ଏବଂ ଅସୁସ୍ଥ ହେବା ଘଟଣା ଘଟିଛି । ରୀମାର କୁମାର ବେହେରା, ରାମ ଚନ୍ଦ୍ର ଦାସ, କୃଷ୍ଣ ବେହେରା, ମହାବୀର ବେହେରା ପ୍ରମୁଖ ନିଜ ସମ୍ପର୍କୀୟ ଙ୍କୁ ସାକ୍ଷାତ କରିବାକୁ ଆସି ଅଭ୍ୟର୍ଥନା ଗୃହ ରେ ଅସ୍ୱାସ୍ଥ୍ୟ କର ଦୁର୍ଗନ୍ଧ ଯୋଗୁଁ ସେଠାରେ ରହି ନ ପାରି ଜେଲ ବାହାରେ ପ୍ରବଳ ଖରାରେ ବାଧ୍ୟ ହୋଇ ନିଜ ପାଳିକୁ ଅପେକ୍ଷା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ରାମ ଚନ୍ଦ୍ର ଦାସ ଚେତା ଶୂନ୍ୟ ହୋଇଗଲେ, ପଖରେଥିବା ଲୋକମାନେ ପାଣି ଚିଞ୍ଚି ତାଙ୍କୁ ଚେତା ଫେରାଇ ଆଣିଥିଲେ । ବନ୍ଦୀଙ୍କୁ ସାକ୍ଷାତ କରିବାକୁ ଆସି ଥିବା ବ୍ୟକ୍ତି, ଓକିଲ ମାନଙ୍କୁ ସାକ୍ଷାତ ଗୃହ ର ଅବ୍ୟବସ୍ଥା ଯୋଗୁଁ ବାହାରେ ଅପେକ୍ଷା କରିବାକୁ ପଡ଼ୁ ଥିବାରୁ ଏବଂ ବାହାରେ ଖରାରୁ ତ୍ରାହି ପାଇବା ପାଇଁ ସେଭଳି କିଛି ବ୍ୟବସ୍ଥା ନ ଥିବାରୁ ଏହି ଘଟଣା ଦେଖିବାକୁ ମିଳିଲା। ବ୍ୟକ୍ତି ବିଶେଷ, ଓକିଲ ମାନେ ଏପରି ପରିବେଶ ରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା କେତେ କଷ୍ଟ ଦାୟକ ନିଜେ ଜେଲ କର୍ତ୍ତୃପକ୍ଷ ଅନୁଭବ କରିବା କଥା। ଆଜି ନିଜ ମହକିଲ ଙ୍କୁ ସାକ୍ଷାତ କରିବାକୁ ଆସିଥିବା ରଣପୁର ଏବଂ ବାଣପୁର ର ଓକିଲ ତାପସ କୁମାର ଚକ୍ରବର୍ତ୍ତୀ ଏବଂ ଭି କାମେଶ୍ୱର ଭି କାମେଶ୍ୱର ଅଚାରୀ ପ୍ରମୁଖ ଉପ କାରାଗାର ର ଏଭଳି ଅବ୍ୟବସ୍ଥା ରେ ଅସନ୍ତୋଷ ପ୍ରକାଶ କରିଛନ୍ତି. କାରାଗାର କର୍ତ୍ତୃପକ୍ଷ ତୁରନ୍ତ ସାକ୍ଷାତ କାର ପ୍ରକୋଷ୍ଠ ଟି କୁ ବ୍ୟବହାର ଉପଯୋଗୀ କରାଯିବା ପାଇଁ ଦାବି ହେଉଛି ।।

Exit mobile version