Site icon Awaj Media

ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ତାତିଲେ : ଅରିନ୍ଦମଙ୍କ ଚାରେଣୀ ଚାଉଳ ଭାଇରାଲ ଭିଡିଓ ର ପ୍ରତିବାଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଟାଙ୍ଗୀ ଚୌଦ୍ୱାର ସାମ୍ବାଦିକ ତାତିଲେ, ଅରିନ୍ଦମଙ୍କ ଚାରେଣୀ ଚାଉଳ ଭାଇରାଲ ଭିଡିଓ ର ପ୍ରତିବାଦ ! ଥାନାରେ ରୁଜୁ ହେଲା ମାମଲା , ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ଦବଙ୍ଗଗିରୀ ଘଟଣାର ନିୟୁଜ ପ୍ରସାରଣ ପରେ ଅରିନ୍ଦମ ବାଚାଳ ହୋଇ ସାମ୍ବାଦିକ ମାନଂକୁ ଅତି କଦର୍ଯ୍ୟ ଭାଷାରେ ଭିଡିଓ ଭାଇରାଲ କରିବା ଘଟଣା କୁ ସବୁ ମହଲ ରେ ନିନ୍ଦା ର ବିଷୟ ପାଲଟିଛି l ନିଜର ଅସଫଳତା କୁ ନେଇ ନିଜ ର ଭାଷା ଜ୍ଞାନ ଜଳାଞ୍ଜଳି ଦେଇ ଏବିଡ଼ିଓ ଙ୍କୁ ଧମକାଇବା ସହ ନିଜ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ରେ ସମସ୍ତ ସାମ୍ବାଦିକ ମାନଂକୁ କହିଥିଲେ ଯେ ସେମାନେ ନିୟୁଜ କରି ଦି ଅଣା ଚାରଣା ରୋଜଗାର କରୁଛନ୍ତି ଓ ସେଥିରେ ଘର କୁ ସାମ୍ବାଦିକ ମାନେ ଚାଉଳ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି l ଯାହାକୁ ନେଇ କଟକ,ଟାଙ୍ଗୀ ଏବଂ ଚୌଦ୍ୱାର ର ସାମ୍ବାଦିକ ମାନେ ଏକାଠି ହୋଇ ଅରିନ୍ଦମ ନାଁ ରେ ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ ରଖିଛନ୍ତି l ଅରବିନ୍ଦମ ଟାଙ୍ଗୀ ବ୍ଲକ କୁ ଆସିଥିଲେ ବିଡ଼ିଓ ଙ୍କ ସାଙ୍ଗରେ ଆଲୋଚନା କରିଥିଲେ ସେହି ସ୍ଥାନରେ ସାମ୍ବାଦିକ ଭାଇ ମାନଙ୍କ ର ଉପସ୍ଥିତ ଥିବା ଦେଖି ଅଣଦେଖା କରି ଚାଲି ଯାଇଥିଲେ l କିନ୍ତୁ ସାମ୍ବାଦିକ ଙ୍କ ପାଇଁ ଏକ ବେଜିତ ବୋଲି କୁହା ଯାଉଥିବା କଥା ସାଧାରଣ ରେ ଆଲୋଚନା ହେଉଛି l କିନ୍ତୁ ଏହି ସମସ୍ୟା ର ସମାଧାନ ସାତ ଦିନ ଭିତରେ ଯଦି କରା ନଯାଏ , ଆଗାମୀ ଦିନରେ ରାଜ୍ୟସାରା ସାମ୍ବାଦିକ ମାନେ ରାଜରାସ୍ତା କୁ ଓଲ୍ଲାଇବେ ବୋଲି ସୂଚନା ଦେଇଛନ୍ତି l

Exit mobile version