Site icon Awaj Media

ପଂଚାୟତ ସ୍ତରୀୟ ତାସ ଖେଳ ପ୍ରତିଯୋଗିତା : ଟୁର୍ନାମେଣ୍ଟ ରେ ଅରପୁର ବିଜୟୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଂଚାୟତ ସ୍ତରୀୟ ତାସ ଖେଳ ପ୍ରତିଯୋଗିତା , ଟୁର୍ନାମେଣ୍ଟ ରେ ଅରପୁର ବିଜୟୀ ! ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମ ଠାରେ ଚାଲିଥିବା ପଂଚାୟତ ସ୍ତରୀୟ ଦୁଇ ଦିନିଆ ତାସ ଟୁର୍ନାମେଣ୍ଟ – 2026 ଆଜି ଉଦଯାପିତ ହୋଇଯାଇଛି | ଏଥିରେ ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଂଚାୟତର ଦଶ ଯୋଡି ତାସ ପ୍ରତିଯୋଗୀ ଭାଗ ନେଇଥିଲେ | ବିଜୟୀ ଅରପୁର ଦଳର ଅକ୍ଷୟ କୁମାର ନାୟକ ଏବଂ ବିଜୟ ରାଉତଙ୍କୁ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଦୁଲଣାପୁର ଗ୍ରାମର ପୂର୍ବତନ ସରପଞ୍ଚ ଗଦାଧର ରାଉତ | ଦୁଲଣାପୁର ଦଳ ଉପ ବିଜେତା ହୋଇଥିଲେ | ଅରପୁର ଗ୍ରାମର ଅଚିନ୍ତା ମଣ୍ଡପ ଯୁବକ ସଙ୍ଘ ଏବଂ ମା ମଙ୍ଗଳା ଷ୍ଟିଲ ୱାର୍କ ସପ ର ମିଳିତ ଆୟୋଜନରେ ଦ୍ୱିତୀୟ ବାର୍ଷିକ ତାସ ଖେଳ ଟୁର୍ନାମେଣ୍ଟ ଆୟୋଯିତ ହୋଇଥିଲା | କାର୍ଯ୍ୟକ୍ରମକୁ ରାମାନନ୍ଦ ନାୟକ, ଡ୍ରାଇଭର ନାୟକ, ଗୁରୁପ୍ରସାଦ ନାୟକ, ବିଷ୍ଣୁ ମୋହନ ନାଏକ, ସୁଧାଂଶୁ ଶେଖର ନାୟକ, ରବୀନ୍ଦ୍ର ନାଏକ, ସମୀର ନାୟକ ଏବଂ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Exit mobile version