Site icon Awaj Media

ଗାରାବନ୍ଧ ପ୍ରାଥମିକ ଚିିକିତ୍ସାଳୟ କୁ ଅଚାନକ ଗସ୍ତ କଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟ କୁ ଅଚାନକ ବିଧାୟକ ରୁପେସ ପାଣିଗ୍ରାହି ଗସ୍ତ କରିଥିଲେ ! ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ ଆସି ପହଞ୍ଚିଥିଲେ ! ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ କି ଏହି ଚିକିତ୍ସାଳୟ ଠିକ୍ ସମୟ ରେ ଖୋଲା ଯାଉନାହିଁ, ଏହି ଅଞ୍ଚଳ ବାସି ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ! ତେଣୁ ସ୍ଥାନୀୟ ଲୋକେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି 24 ଘଣ୍ଟା ଖୋଲିବା ପାଇଁ ଦାବି ରଖିଛନ୍ତି ! ବିଧାୟକ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଡିଲେ ବିଭାଗୀୟ ଅଧିକାରୀ ଓ ବିଭିଗୀୟ ମନ୍ତ୍ରୀ ଙ୍କୁ ଅବଗତ କରାଇ 24 ଘଣ୍ଟିଆ ଖୋଲିବା ପାଇଁ ଓ ଆବଶ୍ୟକ ଥିବା କର୍ମଚାରୀ ନିଯୁକ୍ତି କରିବା ପାଇଁ ନିବେଦନ କରିବେ ବୋଲି ଜଣାଇଛନ୍ତି ! ଏହି ଗ୍ରସ୍ତ ସମୟରେ ବିଧାୟକ ଙ୍କ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ !

 

Exit mobile version