ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ଡିଭାଇନ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ବିଦ୍ୟାଳୟର ଛାତ୍ର ପଦ୍ମନାଭ ମେହେର ସମୁଦାୟ ୫୯୩ (୯୮.୮୩ ପ୍ରତିଶତ) ମାର୍କ ରଖି ସମଗ୍ର ଜିଲ୍ଲାରେ ଏକ ନମ୍ବର ସ୍ଥାନ ଅଧିକାର କରି ଏକ ଐତିହାସିକ ସଫଳତା ଆଣିଛନ୍ତି, ଯାହାକି ଏକ ସର୍ବକାଳୀନ ରେକର୍ଡ । ଚଳିତ ବର୍ଷ ୨୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ତନ୍ମଧ୍ୟରୁ ୨୩୬ ଜଣ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୭ ଜଣ ଶତକଡା ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି । ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ଡିଭାଇନ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏହିଭଳି ସଫଳତା ଆଣି ଚାଲିଛି । ଏଥିପାଇଁ ଅଭିଭାବକ ଏବଂ ବୁଦ୍ଧିଜୀବୀମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା ଏକ ଆକର୍ଷଣୀୟ ଓ ଐତିହାସିକ ସଫଳତା ବୋଲି ସମସ୍ତେ ମତାମତ ଦେଇଛନ୍ତି ।
+୨ ବିଜ୍ଞାନ ଫଳାଫଳ -୨୦୨୬ : ନୟାଗଡ଼ ଜିଲ୍ଲାରେ ଶୀର୍ଷରେ ଡିଭାଇନ୍ !!!

