Site icon Awaj Media

ସହରରେ ତାପମାତ୍ର। ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଜୁଳି କାଟ : ସାଧାରଣ ଜନତା ହନ୍ତସନ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସହର ରେ ତାପ ମାତ୍ର। ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଜୁଳି କାଟ , ସାଧାରଣ ଜନତା ହନ୍ତ ସନ୍ତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ତାପମାତ୍ର। ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଚାଲିଛି । ଯାହା ଫଳ ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୃଦ୍ଧ,ରୋଗୀ , ଛୋଟ ଛୁଆ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ! ସରକାର ବିଦ୍ୟୁତ କାଟ ହେବନି ବୋଲି ଘୋଷଣା କରୁଥିବା ବେଳେ ବାରମ୍ବାର ବିଦ୍ୟୁତ କଟା ଯାଉଛି । ବିଭାଗ ସବୁ ଜାଣି ନିରୁପାୟ ହୋଇ ବସିଛି । ତାପ ମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନତା କରିବା ଆବଶ୍ୟକତ। ରହିଛି । ଘରୁ ବାହାରିଲେ ଛତ। ଜୋତା ପାଣି ବୋତଲ ଧରି ବାହାରିବେ ବୋଲି ଜିଲ୍ଲା ପ୍ରଶାସନ ସଚେତନତା କରିବା ଦରକାର ! ସେହିଭଳି ବିଦ୍ୟୁତ କାଟ ଯୋଗୁଁ ସହର ବାସୀ ନାହିଁ ନଥିବ। ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ସହର ବାସୀ ଉପକୃତ ହୋଇ ପାରିବେ ।

Exit mobile version