Site icon Awaj Media

ରାଜ୍ୟରେ ସାଙ୍ଗଠନିକ କାମ ଜାରି ରଖିଛି ଆମ ଆଦମୀ ପାର୍ଟି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟରେ ସାଙ୍ଗଠନିକ କାମ ଜାରି ରଖିଛି ଆମ ଆଦମୀ ପାର୍ଟି ! ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରେ ବୈଠକ ଏବଂ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସ୍ଥଳେ ଅନେକ ସମୟରେ ସ୍ପର୍ଶକାତର ଘଟଣାକୁ ନେଇ ସରକାର କୁ ଘେରୁଛି ଦଳ ! ତେବେ ବିଗତ 2024 ନିର୍ବାଚନ ସମୟରେ ଦଳ ପକ୍ଷରୁ ମିଡ଼ିଆ ସେଲ ହ୍ଵାଟ୍ସଆପ ଗ୍ରୁପ ଖୋଲାଯାଇ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି କର୍ମକର୍ତ୍ତା ! ଆଜି ରାଜଧାନୀ ରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳରେ ମହିଳା ନେତ୍ରୀଙ୍କ ଭୂମିକା ଏବଂ ବିଭିନ୍ନ ବ୍ୟାନର ପୋଷ୍ଟର ରେ ସେମାନଙ୍କର ଫଟୋ ସ୍ଥାନିତ ନେଇ ଆସିଥିଲା ପ୍ରଶ୍ନ ! ଏହାକୁ ନେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର , ମହିଳା ସଭାନେତ୍ରୀ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ସଂଦୀପ୍ତ ଦାସ !

Exit mobile version